Latest Odisha News

BREAKING NEWS

୪୫ ବର୍ଷରେ ୨୫ ପରି ଦେଖା ଯାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟନେସ ପ୍ରତି ସର୍ବଦା ସଜାଗ ରହିଥାନ୍ତି । ଏବେ ତାଙ୍କୁ ୪୫ ବର୍ଷ ହୋଇଥିଲେ ମଧ୍ୟ ସେ ୨୫ ପରି ଦେଖାଯାଉଛନ୍ତି । ଗୋଆରେ ଛୁଟି କାଟୁଥିବା ବେଳେ ବୁଧବାର ସେ ଏକ କଳା ରଙ୍ଗର ମୋନାକିନି ପିନ୍ଧି ଫଟୋ ଉଠାଇଥିଲେ । ଏହାକୁ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି ।

ଏପରି କି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ଅନ୍ୟ ହିରୋଇନମାନେ ମଧ୍ୟ ଶିଳ୍ପାଙ୍କ ଫିଗରକୁ ପ୍ରଶଂସା କରିଛନ୍ତି । ଜ୍ୟାକଲିନ ଲେଖିଛନ୍ତି ଓଃ ମାଇ ଗଡ, ଆପ ତୋ ଗଡେସ ହେ । ଏହାର ଜବାବରେ ଶିଳ୍ପାଙ୍କ ପତି ରାଜ କୁନ୍ଦ୍ରା କହିଛନ୍ତି ସେ କେବଳ ମୋର । ଏବେ ଶିଳ୍ପା ନିକମ୍ମା ଓ ହଙ୍ଗମା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ସବିର ଖାଁ ନିର୍ଦ୍ଦେଶିକ ନିକମ୍ମାର ଶୁଟିଂ ଶେଷ ହୋଇ ସାରିଛି ।

Leave A Reply

Your email address will not be published.