Latest Odisha News

ମା’ ହେବା ପରେ ପ୍ରଥମ ଥର ପାଇଁ ସୋସିଆଲ୍‌ ମିଡିଆରେ ଏହି ବିଶେଷ ବାର୍ତ୍ତା ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ଗତ ଜାନୁଆରୀ ୧୧ରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା ହୋଇଛନ୍ତି। ମା ହେବା ସମୟରେ ମଧ୍ୟ ସେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମା ହେବା ପରେ ସେ ପ୍ରଥମ ଥର ପାଇଁ ଏହି ପୋଷ୍ଟ ସେୟାର କରିଛନ୍ତି। ବାସ୍ତବରେ ଅନୁଷ୍କା ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଐତିହାସିକ ବିଜୟ ପାଇଁ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦଳର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘କାୟ ଜିତ୍‌ ହୈ ଟିମ୍ ଇଣ୍ଡିଆ, ୱାଃ! ଏହି ବିଜୟ ଆଗାମୀ ଅନେକ ବର୍ଷ ପାଇଁ ପ୍ରେରଣା ଅଟେ। ‘

 

Comments are closed.