Latest Odisha News

BREAKING NEWS

ନେଟଫ୍ଲିକ୍ସରେ ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ବୁଲବୁଲ: ଟ୍ୱିଟ କରି ପ୍ରଶଂସା କଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାତା ଅନୁଷ୍କା ଶର୍ମାଙ୍କ ହରର୍ ଫ୍ଲିକ୍ ‘ବୁଲବୁଲ’ ବର୍ତ୍ତମାନ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି।ବ୍ୟାକଗ୍ରାଉଣ୍ଡରେ ନାଲି ରଙ୍ଗ ଆକାଶ ସହ ନିଜର ଏକ ଫଟୋ କରି ପୋଷ୍ଟ କରି ସେ ଲେଖିଛନ୍ତି, “ଆକାଶ ସମଗ୍ର ସହରକୁ ନାଲି ରଙ୍ଗରେ ପରିଣତ କରୁଛି। ଯାହା ଆସୁଛି ସେଥିପାଇଁ ଆପଣ ପ୍ରସ୍ତୁତ କି? # ବୁଲବୁଲ ଆଜି ରିଲିଜ ହେଉଛି ଆଉ ତାହା କେବଳ @netflix_in ରେ”।

ଅନୁଷ୍କାଙ୍କ ସ୍ୱାମୀ କ୍ୟାପଟେନ କୋହଲି ମଧ୍ୟ ‘ବଲବୁଲ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଟିମ୍ ଇଣ୍ଡିଆର ଅଧିନାୟକ ତାଙ୍କ ପ୍ରଶଂସକଙ୍କୁ ‘ବୁଲବୁଲ’ ଦେଖିବା ପାଇଁ ଅନୁରୋଧ କରିଛନ୍ତି।

“ଏକ ନିଆରା ଢଙ୍ଗରେ ପ୍ରସ୍ତୁତ କରାଯାଇଥିବା ଏହି କାହାଣୀ ମତେ ବହୁତ ପସନ୍ଦ ଆସିଛି । ଦୟାକରି ଦୟାକରି ଏହାକୁ ଦେଖିବାକୁ ଭୁଲନ୍ତୁ ନାହିଁ” ବୋଲି କୋହଲି ଟ୍ୱିଟ କରି ନିଜ ଫ୍ୟାନସଙ୍କୁ ଅନୁରୋଧ କରିଛନ୍ତି।

Comments are closed.