ଭୁବନେଶ୍ୱର: ଆଜିକାଲି ଚନ୍ଦାପଣର ଶିକାର ଅନେକ ଲୋକ ହେଉଥିବା ଦେଖିବାକୁ ମିଳୁଛୁ । ଆଗରୁ ବୟସାଧିକ୍ୟ କାରଣରୁ ଲୋକଙ୍କ ମୁଣ୍ଡରୁ ଚୁଟି ଝଡି ଚନ୍ଦା ହେଉଥିଲା । ଏବେ ଯୁବାବସ୍ଥାରେ ମଧ୍ୟ ଲୋକେ ଚନ୍ଦା ହେବାରେ ଲାଗିଛନ୍ତି। ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ । ଆଜି ଆମେ ଆପଣଙ୍କୁ କହିବୁ ଏମିତି ଉପଚାର, ଯାହାକୁ କାର୍ଯ୍ୟରେ ଲଗାଇଲେ ଆପଣ ନିଶ୍ଚିତ ଚନ୍ଦାପଣରୁ ମୁକ୍ତି ପାଇବେ ।
କେଶ ଉପୁଡ଼ି ଯାଉଥିବା ଜାଗାରେ ମନ୍ଦାର ଫୁଲକୁ ବାଟି ଲଗାନ୍ତୁ ।
ଖାଣ୍ଟି ନଡ଼ିଆ ତେଲରେ ମନ୍ଦାର ଫୁଲ କଢ଼ି, ଭୃସଙ୍ଗ ପତ୍ର ପକାଇ ଫୁଟାଇବ । ଏହି ତୈଳ ଥଣ୍ଡା ହେଲା ପରେ ଏହାକୁ କେଶମୂଳରେ ଲଗାନ୍ତୁ ।
ଚନ୍ଦାମୁଣ୍ଡରେ ଗୋଲମରିଚ ଚୂର୍ଣ୍ଣ ଲଗାଇଲେ କୀଟ ମରିଯାଇ କେଶ ଉଠେ ।
କାଇଁଚକୁ ଚୂର୍ଣ୍ଣ କରି ମହୁ ମିଶାଇ ଚନ୍ଦାମୁଣ୍ଡରେ ଲଗାଇଲେ କେଶ ଉଠେ ।
ଦେଶୀ ପିଆଜକୁ ଛେଚି ଶୋଇବା ସମୟରେ ଚନ୍ଦା ମୁଣ୍ତରେ ପାଞ୍ଚ ମିନିଟ୍ ଘଷନ୍ତୁ । ଅନ୍ତତଃ ୧୦-୧୫ ଦିନ ପର୍ଯ୍ୟନ୍ତ ଏପରିକଲେ ଚନ୍ଦାମୁଣ୍ତରେ କେଶ ଉଠିଥାଏ ।
Comments are closed.