Latest Odisha News

BREAKING NEWS

ପରିକ୍ରମା ପ୍ରକଳ୍ପର ଇଞ୍ଜିନିୟର ଏବଂ ପରାମର୍ଶଦାତା କିଏ ଓଡ଼ିଶାବାସୀ ଜାଣିବା ଦରକାର: ଅପରାଜିତା

ଭୁବନେଶ୍ୱର: ପୁଣିଥରେ ଐତିହ୍ୟ ପ୍ରକଳ୍ପ ବାବଦରେ ପୁଣିଥରେ ରାଜ୍ୟ ସରକାର ଏବଂ ପୁରୀ ସାଂସଦ ପିନାକି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରିୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ଐତିହ୍ୟ ପ୍ରକଳ୍ପକୁ ନେଉ କଣ ଭୁଲ କରିଛନ୍ତି ରାଜ୍ୟ ସରକାର ତାହା ସେ ଭଲ ଭାବେ ଜାଣିସାରିଛନ୍ତି । ଏବେ କିଭଳି ଘଟଣାକୁ ମ୍ୟାନେଜ କରି ବିବାଦକୁ ପ୍ରଶମିତ କରାଯିବ ସେ ଦିଗରେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି।

ଶୁକ୍ରବାର ସାଂସଦ ଏହି ପ୍ରସଙ୍ଗରେ ଗୋଟିଏ ନୂଆ ଦାବି କରିଛନ୍ତି।  ପରିକ୍ରମା ପ୍ରକଳ୍ପର ଇଞ୍ଜିନିୟର ଏବଂ କିଏ ସେହି ବ୍ୟକ୍ତି ଏ ନେଇ ପରାମର୍ଶ ଦେଇଥିଲେ ସେମାନଙ୍କ ବାବଦରେ ଓଡ଼ିଶାବାସୀ ଜାଣିବା ଦରକାର ଅପରାଜିତା କହିଛନ୍ତି। ରାଜ୍ୟ ସରକାର ଏହି ଦୁଇ ଜଣଙ୍କୁ ସାମ୍ନାକୁ ଆଣିବା ଦରକାର ବୋଲି ଅପରାଜିତା ଦାବି କରିଛନ୍ତି।

ପୁରୀ ସାଂସଦ ପିନାକି ମିଶ୍ରଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁ ଯୋଜନା ରାଜ୍ୟ ସରକାର କରୁଛନ୍ତି କିନ୍ତୁ ଯୋଜନା ବାବଦରେ ସ୍ଥାନୀୟ ସାଂସଦ ଭଲ ଭାବେ ଜାଣିନାହାନ୍ତି । ଅର୍ଥାତ ପିନାକି ମିଶ୍ର ଅନ୍ଧାରରେ ରହିଛନ୍ତି ସେଠାରେ ସାଢେ ଚାରି କୋଟି ଓଡ଼ିଆଙ୍କ କଥା ଛାଡି ଦିଅନ୍ତୁ ବୋଲି କହି ପିନାକୀ ସଂସଦରେ ଶୌଚାଳୟ ତିଆରି ହେଉଛି ଆଉ କିଛି ନୁହେଁ ବୋଲି ଦେଇଥିବା ପ୍ରତିକ୍ରିୟା କଥା ପରୋକ୍ଷରେ କହିଛନ୍ତି ଅପରାଜିତା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଆଉ ପୁରୀ ସାଂସଦ ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହୋଇଥିଲେ।

ସେ କହିଛନ୍ତି, ରାଜ୍ୟ ସରକାର ଅହଙ୍କାରରେ ରହିଛନ୍ତି। ଆଉ ଏଇଥିପାଇଁ ସବୁ ଜାଣି ମଧ୍ୟ ଆମସର ଆକ୍ଟର ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ପ୍ରକଳ୍ପ କାମ ତିଆରି ହେବା ବେଳେ ଯେଉଁସବୁ ନିୟମକୁ ନଜରରେ ରଖିବା କଥା ତାକୁ ନଜର ଅନ୍ଦାଜ କକାଯାଇଛି। କାରଣ ନିୟମ ଅନୁସାରେ ପ୍ରକଳ୍ପ କାମ ଆରମ୍ଭ ହେବା ପୂର୍ବରୁ ପ୍ରତ୍ନତତ୍ନ ବିଭାଗର ଅନୁମତି ନେବା ସହିତ, ଜିପିଆରଏସ ସର୍ଭେ କରାଇବାର ଥିଲା ସେହିପରି ଏହି ପ୍ରକଳ୍ପ ହେଲେ ଏହାର ପ୍ରଭାବରେ କଣ ଘଟିପାରେ ତାହା ଅନୁଧ୍ୟାନ ନକରି କାମ ଆରମ୍ଭ କାମ ଆରମ୍ଭ ହୋଇଛି ବୋଲି ଅପରାଜିତା କହିଛନ୍ତି।

ଅପରାଜିତା କହିଛନ୍ତି, ଯଦି ରାଜ୍ୟ ସରାକର ଭୁଲ କରିନାହାନ୍ତି ତାହେଲେ 100 ମିଟର ବାହାରକୁ ଅଭ୍ୟର୍ଥନା କକ୍ଷକୁ କାହିଁକି ନେବାକୁ ସ୍ଥିର କରିଛନ୍ତି ବୋଲି ପଚାରିଛନ୍ତି। ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି, ଆମ ସମସ୍ତଙ୍କର ସାମ୍ବିଧାନିକ ବ୍ୟବସ୍ତା ଉପରେ ଆସ୍ଥା ଏବଂ ବିଶ୍ୱାସ ରହିଛି ବୋଲି ସାଂସଦ କହିଛନ୍ତି।

Leave A Reply

Your email address will not be published.