Latest Odisha News

BREAKING NEWS

ପୋଷ୍ଟ ଅଫିସ ଖାତାରୁ ଜମା ଟଙ୍କା ଗାଏବ, ମୁଣ୍ଡରେ ହାତ ଦେଲେ ଜମାକାରୀ

ଯାଜପୁର (ହିମାଂଶୁ କୁମାର ପାଢ଼ୀ): କେନ୍ଦ୍ରର ମୋଦୀ ସରକାର ଆସିବା ପରେ ବେଟି ବଚାଓ, ବେଟି ପଢାଓ ଅଭିଯାନ ଜରିଆରେ ଦେଶରେ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନା ଜରିଆରେ ଜଣେ ଡାକଘର ଜମାଖାତାରେ ଟଙ୍କା ରଖିବ । ଯାହାକୁ ଅନେକ ଲୋକ ଗ୍ରହଣ କରିଛନ୍ତି । କିନ୍ତୁ ବିଡମ୍ବନର କଥା ହେଲା ଯେଉଁ ବିଶ୍ୱାସରେ ଜଣେ ବ୍ୟକ୍ତି ଜମା ଟଙ୍କା ରଖିଥିଲେ ଏବେ ସେ ଯାଇ ଜମାଖାତା ଦେଖିବା ପରେ ଜମା ଟଙ୍କା ନାହିଁ । ଯାହାକୁ ନେଇ ସେ ଏବେ ଅଭିଯୋଗ କରିଛନ୍ତି।

ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡିଆ ପୋଷ୍ଟ ଅଫିସରୁ। ସୁକନ୍ୟା ସମୃଦ୍ଧି ଯୋଜନାରେ ଜଣେ ଜମାକାରୀ ଜମାରାଶି ଜମା କରିବା ପରେ ଜମା ଖାତାରେ ଅର୍ଥ ରାଶି ନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ କ୍ଷେତ୍ରପାଳ ଗ୍ରାମର ସାରଦା ପ୍ରସାଦ ସାମନ୍ତରାୟ ତାଙ୍କ ଦଶ ବର୍ଷର ଝିଅ ସିମରନଙ୍କ ନାମରେ କଣ୍ଟିଗଡିଆ ସ୍ଥିତ ଉପଡାକଘରେ ୨୬ ଅଗଷ୍ଟ ୨୦୧୫ ମସିହାରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲି ହଜାରେ ଟଙ୍କା ଲେଖାଏଁ ଜମା କରି ୧ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ଏବେ କିନ୍ତୁ ଟଙ୍କା ଜମା କରିବା ପାଇଁ ଯାଇଥିବା ବେଳେ କମ୍ପୁଟରରେ ଜମାବହି ଚେକ୍ କରିବାରୁ ଜମା ଖାତାରେ ମାତ୍ର ହଜାରେ ଟଙ୍କା ଥିବା ଜାଣିବାକୁ ପାଇଥିଲେ ଜମାକାରୀ ପ୍ରସାଦ ସାମନ୍ତରାୟ।

ସେ କହିଛନ୍ତି, ମୁଁ ୫ ବର୍ଷ ହେବ ଜମା କରି ଆସୁଛି ଟଙ୍କା। ହେଲେ ଏବେ ଜମାଖାତାରେ ମାତ୍ର ହଜାରେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ପୋଷ୍ଟ ମାଷ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜମା ଖାତାରେ ଟଙ୍କା ଜମା ହୋଇନଥିବା ଜଣାପଡିଛି। କିନ୍ତୁ ପୋଷ୍ଟ ମାଷ୍ଟରଙ୍କ ଦସ୍ତଖତ ଓ ଷ୍ଟାମ୍ପ କିନ୍ତୁ ଜମା ବେଳେ ହୋଇଥିବା ରସିଦରେ ରହିଛି।ଟ

ସେପଟେ ପୋଷ୍ଟ ମାଷ୍ଟର ମାୟାଧର ସାହୁ କହିଛନ୍ତି, ଗତ ଅକ୍ଟୋବର ମାସରୁ ପୋଷ୍ଟ ଅଫିସଟି ଡିଜିଟାଇଜେସନ କରାଯାଇଥିବା ବେଳେ ସମସ୍ତ ନଥିପତ୍ର ଉଚ୍ଚ ପଦସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରେ ଏପରି ତୃଟି ହୋଇଥାଇପାରେ । ଏହାର ସମାଧାନ ମାସକ ଭିତରେ କରାଯିବ।

ଉଲ୍ଲେଖଯୋଗ୍ୟ, ଏହି ଉପ ଡାକଘରେ ବାରମ୍ବାର ଏପରି ଅଭିଯୋଗ ଆସୁଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଦୃଷ୍ଟି ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.