ଭୁବନେଶ୍ବର: ସିଏପିଏଫ ମୁତୟନ ପାଇଁ ଅପରାଜିତାଙ୍କ ଚିଠି । ଭୋଟ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏହି ଚିଠିରେ ଲେଖିଛନ୍ତି, ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ପୋଲିଂ ଷ୍ଟେସନରେ ରିଗିଂ ହେବାକୁ ଯାଉଛି । ଯାହା ତାଙ୍କର ସୋର୍ସ ଦ୍ଵାରା ସେ ଜାଣିବାକୁ ପାଇଛନ୍ତି । ଉକ୍ତ ପୋଲିସ ଅଧିକାରୀ ଦୁଇଜଣ ହେଲେ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହିତ ମଧ୍ୟ ଭୁବନେଶ୍ୱର, ୱାର୍ଡ ନମ୍ଵର-୪୬, ବାୟାବାବା ମଠ ଅଞ୍ଚଳ, ଏବଂ ସହିଦନଗର, ୟୁନିଟ-୮, ମାଳି ସାହି, ଏବଂ ଖୋର୍ଦ୍ଧା ମୁନିସିପାଲଟି ଅଞ୍ଚଳ ଉପରେ ଅଧିକ ନଜର ରଖିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ତଥା ସିଏପିଏଫଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରିଛନ୍ତି ଅପରାଜିତା । ଏହା ସହିତ ସେ ଏହି ସମାନ ଚିଠି ମୁଖ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଦେଇଛନ୍ତି ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.