Latest Odisha News

ୱେଲକମ ଟୁ ଦି ଜଙ୍ଗଲରେ ଜ୍ୟାକିଙ୍କ ଏଂଟ୍ରି

ମୁମ୍ବାଇ: ବହୁ ଚର୍ଚ୍ଚିତ ୱେଲକମ ଟୁ ଦି ଜଙ୍ଗଲ ଫିଲ୍ମରୁ ଅସୁସ୍ଥତା କାରଣ ଯୋଗୁ ସଞ୍ଜୟ ଦତ ଓହରି ଯାଇଛନ୍ତି । ପ୍ଲଟ ସାମାନ୍ୟ ପରିବର୍ତନ କରାଯିବା ପରେ ଜ୍ୟାକି ଶ୍ରଫଙ୍କ ଏଂଟ୍ରି ହୋଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜ୍ୟାକି ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସଞ୍ଜୟ ଯେଉଁ ରୋଲ କରିଥାନ୍ତେ ତାହା ଏବେ ସୁନୀଲ ଶେଟ୍ଟୀ କରିବେ । ସେହିପରି ସୁନୀଲ ଭୂମିକାରେ ଜ୍ୟାକି ଅଭିନୟ କରିବେ । ୨୦୨୩ରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏଥିରେ ଅକ୍ଷୟ କୁମାର, ଅର୍ଶାଦ ୱାରସୀ, ଦିଶା ପାଟନୀ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ରବୀନା ଟଣ୍ଡନ, ଲାରା ଦତ, ରାଜପାଲ ଯାଦବଙ୍କ ପରି କଳାକାର ଅଭିନୟ କରୁଛନ୍ତି ।

ଅହମ୍ମଦ ଖାଁ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ୨୦ ଡିସେମ୍ବର ୨୦୨୪ରେ ଫିଲ୍ମ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ୱେଲକମର ପୂର୍ବ ପାର୍ଟଗୁଡିକ ଭଲ ବ୍ୟବସାୟ କରିଥିଲା । ଏହି କମେଡି ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.