Latest Odisha News

BREAKING NEWS

ଓଡିଶା ଆସୁଛନ୍ତି ସ୍ମ୍ରିତି ଇରାନୀ, ଦଳୀୟ ନେତାଙ୍କ ପାଇଁ କରିବେ ଭୋଟ ଅପିଲ୍

ଭୁବନେଶ୍ବର: ଓଡିଶା ଗସ୍ତରେ ସ୍ମ୍ରିତି ଇରାନୀ । ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମ୍ରିତି ଇରାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଘନଘନ ଓଡିଶା ଆସି ପ୍ରଚାର ମଇଦାନ ଜମାଉଛନ୍ତି କେନ୍ଦ୍ରୀୟ ବିଜେପି ନେତା । ଏଥି ପାଇଁ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମ୍ରିତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଦେବେ ଯୋଗ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ଆସନ୍ତାକାଲି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନସଭାକୁ ଉଦ୍ବୋଧନ ଦେବେ । ଏହାପରେ ସିଧା କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଆଳିରେ ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ରେମୁଣାର ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ସ୍ମ୍ରିତି ।

Leave A Reply

Your email address will not be published.