ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଧର୍ମର ଜୟ ହୋଇଛି । ଏନ୍ଏମ୍ଏର ନୋଟିସକୁ ସତ୍ୟମେବ ଜୟତେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ଆନ୍ଦୋଳନ ହୋଇଥିଲା ।ସେତେବେଳେ ରାଜ୍ୟ ସରକାର ଆମସାର ଆକ୍ଟ ୧୯୫୮କୁ ଅବମାନନା କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ । ହେଲେ ଏବେ ଆମସାର ଆକ୍ଟକୁ ମାନିବାକୁ ବାଧ୍ୟ । ଏହା ଛଡ଼ା ରାଜ୍ୟ ସରକାର ଏଏସଆଇ ସହ ମିଶି କାମ କରିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ । ତାସହ ରାଜ୍ୟ ସରକାର କଣ ପାଇଁ
ଏଏସଆଇର ମତାମତ ନନେଇ ଏସବୁ କାର୍ଯ୍ୟ କରୁଥିଲେ ଯାହାପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ନଷ୍ଟ ହୋଇଥିଲେ ବୋଲି ପ୍ରଶ୍ନ କରିଥିଲେ ସାଂସଦ । ଏଥିପାଇଁ ଦାୟୀ କିଏ ତାର ଉତ୍ତର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଖରେ ସରକାର ରଖନ୍ତୁ ବୋଲି ଦାବି କରିଛନ୍ତି ସାଂସଦ ।
BREAKING NEWS
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?

Comments are closed.