Latest Odisha News

BREAKING NEWS

ମେକ୍ ଇଣ୍ଡିଆ ନମ୍ବର ୧ ମିଶନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବ ଆପ୍

ଭୁବନେଶ୍ବର: ଓଡିଶାରେ ଏକ ବିକଳ୍ପ ରାଜନୀତି କରିବା ସହ ପରିବର୍ତ୍ତନ ଆଣିବାକୁ  ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି ।  ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ  ଆସନ୍ତା ୨୧ ଅଗଷ୍ଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଯାଉଛି । ଏହି କର୍ମୀସମ୍ମିଳନୀରେ  ଅରବିନ୍ଦ କେଜରିୱାଲଙ୍କର ଘୋଷିତ “ମେକ୍ ଇଣ୍ଡିଆ ନମ୍ବର ୧ ମିଶନ “କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ସମ୍ମିଳନୀରେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରହିଛି  ।

ବନ୍ୟା ପରିସ୍ଥିତିରେ ବିଭିନ୍ନ ଜିଲ୍ଲାରେ ସମସ୍ତ କର୍ମୀ ଲୋକମାନଙ୍କ ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ସତ୍ତ୍ୱେ ଆବଶ୍ୟକତା ଦିଗରୁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ କ୍ୟାଣ୍ଟର ଏମ୍ଏଲଏ ତଥା ଓଡିଶା ରାଜ୍ୟପ୍ରଭାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ସିଂହ କାଡିୟାନ୍ ସମ୍ବୋଧିତ କରିବେ ।

ରାଜ୍ୟର ସାଂପ୍ରତିକ ବନ୍ୟାସ୍ଥିତି ଉପରେ ଚର୍ଚ୍ଚା ଏବଂ ବିଜୁଳି , ପାଣି , ଶିକ୍ଷା, ସ୍ୱାସ୍ଥ୍ୟ,ରୋଜଗାର ରାଜନୀତିକୁ ମଜଭୁତ କରିବା ପାଇଁ ସମ୍ମିଳନୀରେ ଉପଯୁକ୍ତ ନିଷ୍ପତି ନିଆଯିବ । ଓଡ଼ିଶାରେ ଯେଉଁପରି ଭାବରେ ବିଜେପି, ବିଜେଡ଼ିର ମିଳିତ ସରକାର ଚାଲିଛି ସେଥିରେ ରାଜ୍ୟବାସୀଙ୍କର ପ୍ରଗତିରେ ବାଧକ ହୋଇଛି, ତା ବିରୁଦ୍ଧରେ ବିକଳ୍ପ ରାଜନୀତିକୁ ମଜଭୁତ କରିବା ପାଇଁ ଆମ୍ ଆଦମୀ ପାର୍ଟି ରଣନୀତି ପ୍ରସ୍ତୁତ କରୁଛି । ସାରା ଓଡ଼ିଶାରେ ଦିଲ୍ଲୀ  ଏବଂ ପଞ୍ଜାବ ପରି ମୁକ୍ତ ବିଜୁଳି , ପାଣି ,ବିଶ୍ଵସ୍ତରୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ରୋଜଗାର କରିବାପାଇଁ ଆମ୍ ଆଦମୀ ପାର୍ଟି ସଙ୍କଳ୍ପବଦ୍ଧ ।

ଏହି ରାଜ୍ୟ ସମ୍ମିଳନୀରେ ଓଡିଶାର ତିରିଶଟି ଯାକ ଜିଲ୍ଲାରୁ ପ୍ରାୟ ୧୨୦୦ ସକ୍ରିୟ କର୍ମୀ ଯୋଗ ଦେବାର ଲକ୍ଷ୍ୟ  ରହିଛି । ଅରବିନ୍ଦ କେଜରିୱାଲଙ୍କର ଘୋଷିତ “ମେକ୍ ଇଣ୍ଡିଆ ନମ୍ବର ୧ ମିଶନ ” କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ସମ୍ମିଳନୀରେ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ରହିଛି ।

ଆମ୍ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟସ୍ତରୀୟ କର୍ମୀସମ୍ମିଳନୀ  ବିଷୟରେ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛନ୍ତି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ  ଉପସଭାପତି  ଦୁର୍ଗା ପ୍ରସାଦ ଦାଶ, ରାଜ୍ୟ ସମ୍ପାଦକ  ସୌମ୍ୟ  ରଞ୍ଜନ ସ୍ଵାଇଁ , ଏବଂ ରାଜ୍ୟ ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.