Latest Odisha News

BREAKING NEWS

ହୀରାକୁଦରେ ବନ୍ଦ ହେବ ଆଉ ୪ଟି ଗେଟ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା ।

ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡଳିରେ ମଧ୍ୟ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର  ୬୨୧.୯୩ ଫୁଟ ରହିଛି । ବର୍ତ୍ତମାନ ୩ଲକ୍ଷ ୨୩ କ୍ୟୁସେନ ଜଳ  ପ୍ରବେଶ କରୁଛି । ଏବଂ ୪ଲକ୍ଷ ୧୦ ହଜାର କ୍ୟୁସେନ ଜଳ ନିଷ୍କାସିତ ହେଉଛି ।

ସୂଚନାମୁତାବକ ଆଜି ସକାଳେ ହୀରାକୁଦ ୪ଟି ଗେଟ ବନ୍ଦ କରିବାକୁ ସୂଚନା ମିଳିଥିଲା । ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ଜଳସ୍ତର ଖସି ୬୨୨.୯୩ ଫୁଟ ରେ ପହଞ୍ଚିଛି । ଆସନ୍ତା କାଲି ସୁଦ୍ଧା ଜଳସ୍ତର ୬୨୦.୫କୁ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି । ଅନେକ ଅଞ୍ଚଳରେ ପାଣି ଖସୁଥିବାର ସୁଚନା ଦେଇଛନ୍ତି ଏସଆରସି । ପାଣି ଖସୁଥିବାରୁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ଅଛନ୍ତି  । ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ୧୫ ଦିନ ଯାଏ ରିଲିଫ ଦିଆଯିବ  । ବନ୍ୟା ଭିତରେ ଆଉ ଏକ ଲଘୁଛାପ ସୃଷ୍ଟି ହୋଇଛି  । ଯାହା ଡିପ ଡିପ୍ରେସନ ରେ ପରିଣତ ହେବାକୁ ଯାଉଛି  । ଏହା ସହ ବାତ୍ୟା ହେବ ନାହିଁ ବୋଲି ପାଣିପାଗ ବିଭାଗ  କହି ନଥିବାର କହିଛନ୍ତି  ଏସଆରସି ।

Leave A Reply

Your email address will not be published.