Latest Odisha News

BREAKING NEWS

କରୋନା ମୁକାବିଲା; ଭାରତକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲା ଆପଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ-୧୯ ସଙ୍କଟ ବଢୁଥିବାରୁ ଆପଲ ସିଇଓ ଟିମ କୁକ ଭାରତକୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। କୁକ୍ କହିଛନ୍ତି ଯେ କୁକ୍‌ ଆପଲ୍‌ ଭାରତକୁ ସହାୟତା କରିବ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବ।

ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏହି ମହାମାରୀ ବିରୋଧରେ ଭାରତ ତଥା ବିଭିନ୍ନ ଭାରତୀୟ ସଂଗଠନକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଆପଲ୍‌ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଭାରତ ବିଶ୍ବ ସ୍ତରରେ କରୋନା ହଟସ୍ପଟ୍ ଭାବରେ ଉଭା ହୋଇଛି, ଚିକିତ୍ସା ସାମଗ୍ରୀର ଅଭାବ ମଧ୍ୟରେ ଦୈନିକ ୩.୫ ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରୁଛି।

Comments are closed.