Latest Odisha News

BREAKING NEWS

କ୍ୟାମେରା ଥିବା AirPods ଆଣୁଛି ଆପଲ୍; ଜାଣନ୍ତୁ କେବେ ହେବ ଲଞ୍ଚ !

ନୂଆଦିଲ୍ଲୀ: ଲୋକପ୍ରିୟ ଆପଲ୍ ଗତ କିଛି ଦିନ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି। ଏଥିରେ ଆଇଫୋନ୍ 16e ଠାରୁ ଆରମ୍ଭ କରି ଆଇପ୍ୟାଡ୍ ଏୟାର ପର୍ଯ୍ୟନ୍ତ ମଡେଲ ଅନ୍ତର୍ଭୁକ୍ତ । ବର୍ତ୍ତମାନ କମ୍ପାନୀ ନୂତନ ଇନୋଭେସନ ଆଡକୁ ଧ୍ୟାନ ଦେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, AirPodsରେ କ୍ୟାମେରା ଖଞ୍ଜିବା ଉପରେ କମ୍ପାନୀ କାମ କରୁଛି ଓ ଆସନ୍ତା ବର୍ଷ ମଧ୍ୟରେ କ୍ୟାମେରା ଥିବା ଏୟାରପଡ୍‌ ବଜାରକୁ ଆସିଯିବ ।

ଆହୁରି ମଧ୍ୟ କୁହାଯାଉଛି ଯେ,ଏୟାରପଡ୍‌ ଏବେ ସହଜରେ ନିଜ ପାରିପାର୍ଶ୍ବିକ ସ୍ଥିତିକୁ ବୁଝିବ ଓ ସେହି ଅନୁସାରେ ୟୁଜରଙ୍କ ସହ ଇଣ୍ଟରଆକ୍ଟ କରିବ । କ୍ୟାମେରାର ଉପଲବ୍ଧତା ହେବାଦ୍ବାରା, ଆପଲ୍ ପାଇଁ ଏୟାରପୋଡ୍ କୁ ଭିଜୁଆଲ୍ ଇଣ୍ଟେଲିଜେନ୍ସ ଫିଚର ଦେବା ସହଜ ହେବ । ସମ୍ପ୍ରତି ଏହି ଫିଚର ଆଇଫୋନ୍ 16 ସିରିଜରେ ପ୍ରଦାନ କରାଯାଉଛି । ଏହାର ସାହାଯ୍ୟରେ, ୟୁଜର କ୍ୟାମେରାକୁ ଯେକୌଣସି ଜିନିଷ ଉପରେ ଫୋକସ କରିକି ଏହା ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ । କୁହାଯାଉଛି ଯେ, କ୍ୟାମେରା ଥିବା ଏୟାରପୋଡ୍ ଏଆଇ ଏବଂ କ୍ୟାମେରା ସାହାଯ୍ୟରେ ୟୁଜରଙ୍କୁ ତାଙ୍କ ଆଖପାଖର ପରିବେଶ ବିଷୟରେ ବିସ୍ତୃତ ସୂଚନା ଦେବାରେ ସକ୍ଷମ ହେବ ।

ଆପଲ୍ ଚଳିତ ବର୍ଷ ଏୟାରପୋଡ୍ ପ୍ରୋ 3 (AirPods Pro 3) ଲଞ୍ଚ କରିବ, କିନ୍ତୁ ଏହି ଫିଚର ଏଥିରେ ଉପଲବ୍ଧ ହେବ ବୋଲି ଆଶା କରାଯାଉନାହିଁ। ଅନୁମାନ କରାଯାଉଛି ଯେ, କ୍ୟାମେରା ସହିତ ଏୟାରପୋଡ୍ ଆସନ୍ତା ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୭ ମସିହାରେ ଲଞ୍ଚ ହୋଇପାରେ।

ଏହା ସହିତ କମ୍ପାନୀ ସ୍ମାର୍ଟ ଗ୍ଲାସ୍ ଲଞ୍ଚ କରିବାକୁ ମଧ୍ୟ ଯୋଜନା କରୁଛି। ଯଦି ଏପରି ହୁଏ, ତେବେ ଗ୍ରାହକଙ୍କ ପାଖରେ ମେଟାର ରେ-ବ୍ୟାନ୍ ସ୍ମାର୍ଟ ଚଷମା ସହିତ ଟକ୍କର ଦେବାର ଅନ୍ୟ ଏକ ବିକଳ୍ପ ରହିବ ।

Comments are closed.