ନୂଆଦିଲ୍ଲୀ: ଆଇଫୋନ୍ କ୍ରେଜ୍ ଆଜିକାଲିର ଯୁବପିଢି ମଧ୍ୟରେ ରହିଛି । ତେବେ କମ୍ ମୂଲ୍ୟରେ ଆଇଫୋନ16 କିଣିବା ପାଇଁ ଆପଣଙ୍କୁ ଏକ ଭଲ ସୁଯୋଗ ମିଳିଛି । ଏକାଥରକେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାର ଟେନସନ ବି ରହିବ ନାହିଁ । ଆପଣ ଏହି ସ୍ମାର୍ଟଫୋନ୍ ଇଏମଆଇରେ କିଣି ପାରିବେ । ଆପଣ ଆମାଜନ-ଫ୍ଲିପକାର୍ଟ ଏବଂ ଆଇଫୋନ୍ ର ଅଫିସିଆଲ୍ ୱେବସାଇଟରୁ ସର୍ବୋତ୍ତମ EMI ପ୍ଲାନରେ କିଣି ପାରିବେ । ଆପଣଙ୍କୁ ମାସିକ ମାତ୍ର ୨,୮୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଆସନ୍ତୁ ଜାଣିବା ଯେ କିପରି ଏତେ ଶସ୍ତା ମୂଲ୍ୟରେ ଆଇଫୋନ୍ କିଣି ପାରିବା ।
ଯଦି ଆପଣ ଫ୍ଲିପକାର୍ଟରୁ ଆପଲର ଆଇଫୋନ୍16 କିଣୁଛନ୍ତି, ତେବେ ଆପଣ ଏହାକୁ ୭୯,୯୦୦ ଟଙ୍କାରେ କିଣି ପାରିବେ । କିନ୍ତୁ ଯଦି ଏହି ମୂଲ୍ୟ ଆପଣଙ୍କୁ ଅଧିକ ଲାଗୁଛି ତେବେ ଆପଣ ଏହାକୁ ଏହି ଇଏମଆଇରେ କିଣି ପାରିବେ । ଏଥିରେ,୩୬ମାସର EMI ପ୍ଲାନରେ ଆପଣଙ୍କୁ ମାସକୁ ମାତ୍ର ୨,୮୧୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆପଣ ନିଜ ଅଞ୍ଚଳର ପିନକୋଡ ଲେଖି ଫ୍ଲିପକାର୍ଟରେ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଚେକ୍ କରିପାରିବେ । ଆପଣଙ୍କୁ ୩୮,୧୫୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର୍ ମିଳିଯିବ ।
ଆପଣ ଆମାଜନରେ କେବଳ ୮୭,୯୦୦ଟଙ୍କା ଡିସକାଉଣ୍ଟ ସହିତ ଆଇଫୋନ୍ 16 କିଣିପାରିବେ । ଏଠାରେ ପାଞ୍ଚଟି ରଙ୍ଗର ବିକଳ୍ପ ପାଇଯିବେ । ଯଦି ଏକାସାଙ୍ଗରେ ପୂରା ଟଙ୍କା ଦେଇ ପାରିବେ ନାହିଁ ତେବେ ଆପଣ ନୋକଷ୍ଟ ଇଏମଆଇର ବିକଳ୍ପ ଚୟନ କରି ପାରିବେ । ଏଥିରେ ଆପଣଙ୍କୁ ମାସିକ ମାତ୍ର ୪,୨୬୨ ଟଙ୍କା ଦେବାକୁ ପଡିବ । ଏହି ପ୍ଲାଟଫର୍ମରେ ୨୨,୮୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର ମିଳିଯିବ । ଯଦି ଆପଣ ଏକ୍ସଚେଞ୍ଜରେ ଆପଣଙ୍କର ପୁରୁଣା ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ଫୋନ୍ ଦିଅନ୍ତି, ତେବେ ଆପଣ ୨୨,୮୦୦ଟଙ୍କାର ଲାଭ ପାଇପାରିବେ ।
ଯଦି ଆପଣ ଆପଲର ଅଫିସିଆଲ୍ ୱେବସାଇଟ୍ ରୁ ଆଇଫୋନ୍ କିଣୁଛନ୍ତି, ତେବେ ଆପଣ ଏହି ଫୋନ୍ ୭୯୯୦୦ଟଙ୍କାରେ ପାଇଯିବେ । ୱେବସାଇଟ୍ ଆପଣଙ୍କୁ ନୋକଷ୍ଟ ଇଏମଆଇ ଏବଂ ଇନଷ୍ଟାଣ୍ଟ କ୍ୟାସବ୍ୟାକ୍ ପ୍ରଦାନ କରୁଛି । ଏଥିରେ ଆପଣଙ୍କୁ ମାସିକ ଇଏମଆଇ ମାତ୍ର ୬୨୪୨ ଟଙ୍କା ଦେବାକୁ ପଡିବ ।