Latest Odisha News

କେଶ ପାଇଁ ସୋରିଷ ତେଲ ମାସ୍କ…

ସମସ୍ତେ ଶୁଷ୍କ କେଶ ପାଇଁ ଚିନ୍ତିତ । କେଶ କିପରି ମଜଭୁତ ରହିବା ସଙ୍ଗେ ସଙ୍ଗେ ଘନ ଓ ସୁନ୍ଦର ଦିଶିବ ସେନେଇ ସମସ୍ତେ ତତ୍ପର ।  ଖାଦ୍ୟପେୟ, କେମିକାଲ ଯୁକ୍ତ ଜିନିଷର ବ୍ୟବହାର କେଶ ଝଡିବାର ମୁଖ୍ୟ କାରଣ। ତେଣୁ କେଶର ଅଧିକ ଯତ୍ନ ନେବା ଆବଶ୍ୟକ। ମଜଭୂତ କେଶ ପାଇଁ ସୋରିଷ ତେଲର ମାସ୍କ ବେଶ ଲାଭଦାୟକ। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ…

-କେଶକୁ ମଜବୁତ କରିବା ସହ କେଶ ଝଡିବାରୁ ମୁକ୍ତି ଦେଇଥାଏ ସୋରିଷ ତେଲ ମାସ୍କ  । ୩ ଚାମଚ ଏଲୋବେରା ଜେଲ୍‌‌, ୨ ଚାମଚ ସୋରିଷ ତେଲକୁ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ ।ଏହା ଦ୍ୱାରା କେଶ ସାଇନ୍‌ କରିବା ସହ ମଜଭୁତ ହୋଇଥାଏ ।

-ସେହିପରି ପ୍ରଥମେ ଏକ ପାତ୍ରରେ କଦଳୀକୁ ଭଲ ଭାବେ ଚକଟି ଦିଅନ୍ତୁ । ଏଥିରେ ଗୋଟିଏ ଚାମଚ ସୋରିଷ ତେଲ ଓ ଅଧ କପ ଦହି ମିଶାନ୍ତୁ । ଏହି ମିଶ୍ରଣକୁ କେଶର ମୂଳରେ ଲଗାନ୍ତୁ । ୩୦ ମିନିଟ୍‌‌ ଯାଏଁ ଏହାକୁ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହି ପ୍ୟାକ୍‌‌ର ବ୍ୟବହାର କରି ପାରିବେ।

-ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ସୋରିଷ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ ।

-ଆଉ ଏକ ପ୍ୟାକ୍‌‌ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମେଥି ଦାନାକୁ କିଛି ସମୟ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଏହାକୁ ପେଷି ପେଷ୍ଟ କରି ଦିଅନ୍ତୁ। ନିଜ ଇଚ୍ଛାରେ ମେଥି ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବେ। ଏବେ ଏଥିରେ ଲେମ୍ବୁ ରସ ଓ ସୋରିଷ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।

 

 

Comments are closed.