Latest Odisha News

‘ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ‘ଓଡ଼ିଆ ପୁସ୍ତକ ‘ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, କବି ଶ୍ରୀ ରକ୍ଷକ ନାୟକ, ଭାରତର ବିଖ୍ୟାତ କଳା ଐତିହାସିକ ଦିଲ୍ଲୀପ ତ୍ରିପାଠୀ ଓ ଯୁବ କଳାକାର ଜଗନ୍ନାଥ ରଥ ଉପସ୍ଥିତ ଥିଲେ ।

ଶ୍ରୀମତୀ ତ୍ରିପାଠୀଙ୍କର ଏଇ ଗବେଷଣାତ୍ମକ ପୁସ୍ତକ, ତଥ୍ୟ ସଂଗ୍ରହ, ତଥ୍ୟ ବିଶ୍ଲେଷଣ ଏବଂ ଯୁକ୍ତିସଙ୍ଗତ ତତ୍ତ୍ୱ ପ୍ରଦାନ ଦୃଷ୍ଟିରୁ ଏଇ ଗ୍ରନ୍ଥଟି ଓଡ଼ିଆ ନାଟ୍ୟ ସମାଲୋଚନା କ୍ଷେତ୍ରରେ ଏକ ଅଭୂତ ପୂର୍ବ ଦୃଷ୍ଟାନ୍ତ ।ଓଡ଼ିଆ ନାଟକର ଉଷାକାଳରେ ନାରୀ ଚରିତ୍ରର ଚିତ୍ରଣ ସମ୍ପର୍କରେ ଲେଖା ଯାଇଥିବା ଏଇ ସନ୍ଦର୍ଭରେ ପ୍ରତ୍ୟକ୍ଷଧର୍ମୀ ସମାଲୋଚନାର ଦୃଷ୍ଟାନ୍ତ ରହିବ ସହ ପୌରାଣିକ, ଐତିହାସିକ ଓ ସାମାଜିକ ନାଟକର ବର୍ଗୀକରଣ ଭିତରେ ଗବେଷିକା ନାରୀ ଚରିତ୍ରର ଉପସ୍ଥାପନା ସମ୍ପର୍କରେ ନାଟ୍ୟ ସମାଲୋଚନାକୁ ସମୃଦ୍ଧ କରିଛି ବୋଲି ନାଟ୍ୟକାର ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ପୁସ୍ତକଟି ଭୁବନେଶ୍ୱରର ବିଶ୍ୱମୁକ୍ତି ପବ୍ଲିକେଶନ୍ ତରଫରୁ ପ୍ରକାଶ ପାଇଛି ।

 

Leave A Reply

Your email address will not be published.