Latest Odisha News

ତ୍ୱଚାରେ ସିଧାସଳଖ ଲେମ୍ବୁ ରସ ଲଗାଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ଜିନିଷ ମୁହଁରେ ଲଗାନ୍ତି। ବଜାରରେ ମିଳୁଥିବା ବିଭିନ୍ନ କ୍ରିମ, ମାସ୍କ ଭଳି ଅନେକ ଜିନିଷ ତ୍ୱଚାରେ ଲଗାନ୍ତି। ତେବେ ପ୍ରତ୍ୟେକଟି ଜିନିଷର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ ଜାଣି ରଖିବା ଉଚିତ୍। ବର୍ତ୍ତମାନର ଯୁବପିଢି ରାସାୟନିକ ପଦାର୍ଥ ଯୋଗୁଁ ପ୍ରାକୃତିକ ଦ୍ରବ୍ୟ କିମ୍ବା ଘରୋଇ ଉପଚାର ଅଧିକ ବ୍ୟବହାର କରୁଛନ୍ତି। ଘରୋଇ ଉପଚାର କିମ୍ବା ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କଲେ ପାର୍ଶ୍ୱପ୍ରତିକ୍ରିୟା ବହୁତ ହୁଏ ନାହିଁ। କିନ୍ତୁ ଏହାକୁ ଯଦି ସଠିକ୍ ନିୟମରେ ପ୍ରୟୋଗ ନକରାଯାଏ ତେବେ ଏହା ଆମ ମୁହଁ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ତ୍ୱଚାକୁ ଚମକାଇବା ପାଇଁ ଲୋକେ ଲେମ୍ବୁ ରସ ଲଗାନ୍ତି। ଏହା ଏପରି ଏକ ଉପାଦାନ ଯେଉଁଥିରେ ଭିଟାମିନ୍ ସି ବହୁ ପରିମାଣରେ ମିଳିଥାଏ। ଯାହା ଚର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆପଣ ଜାଣନ୍ତି କି ଏହାକୁ ସିଧାସଳଖ ତ୍ୱଚାରେ ଲଗାଇଲେ ଅନେକ କ୍ଷତି ହୋଇପାରେ। ଏହାକୁ ସିଧାସଳଖ ମୁହଁରେ ପ୍ରୟୋଗ କରାଯିବା ଉଚିତ କି ନୁହେଁ ସେନେଇ ଅନେକ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥାଏ। ତେବେ ଆସନ୍ତୁ ଜାଣିବା ମୁହଁରେ ଲେମ୍ବୁ ରସ ସିଧାସଳଖ ଲଗାଇବା କେତେ ଦୂର ଠିକ୍ ଏବଂ ଏଥିରେ କ’ଣ ଅସୁବିଧା ହୋଇପାରେ ?

ହେଲ୍ଥଲାଇନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଲେମ୍ବୁ ରସକୁ ସିଧାସଳଖ ମୁହଁରେ ଲଗାଯାଏ, ତେବେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ। ଯଦିଓ ଏହାର ବ୍ଲିଚିଂ ଇଫେକ୍ଟ ଏବଂ ଭିଟାମିନ୍ ସି ଅଛି, କିନ୍ତୁ ଚର୍ମ ଉପରେ ସିଧାସଳଖ ପ୍ରୟୋଗ କରିବା ଉଚିତ୍ ନୁହେଁ। ଚର୍ମରେ ସିଧାସଳଖ ଲେମ୍ବୁ ଲଗାଇଲେ ଲାଲ ରଙ୍ଗ ଦାନା, ଦାଗ ବା ଆଲର୍ଜି ହୋଇପାରେ। ଆପଣ ଜାଣନ୍ତି କି ଲେମ୍ବୁ ରସ ଦ୍ୱାରା ସନବର୍ଣ୍ଣ ସମସ୍ୟା ବଢିପାରେ। କାରଣ ଏହାର ବ୍ଲିଚିଂ ପ୍ରଭାବ ଚର୍ମକୁ ଜଳାଇଦିଏ।

ଯଦି ଆପଣ ଲେମ୍ବୁ ରସକୁ ମୁହଁରେ ଲଗାଇବାକୁ ଚାହାଁନ୍ତି, ତେବେ ଏହାକୁ ଡାଇଲୁଟ କରି ଲଗାନ୍ତୁ। ଯେପରି ଲେମ୍ବୁ ରସ ସହ ମହୁ ମିଶାଇ ଚର୍ମରେ ଲଗାଇ ପାରିବେ। ଲେମ୍ବୁ ତ୍ୱଚାକୁ ସଫା କରୁଥିବାବେଳେ ମହୁ ଏହାକୁ ନରମ କରିବା ପାଇଁ କାମ କରେ। ମୁହଁର ଡିପ୍ କ୍ଲିନଜିଂ ପାଇଁ ଆପଣ ମହୁ, ହଳଦୀରେ ଲେମ୍ବୁ ରସ ମିଶାଇ ଲଗାଇ ପାରିବେ। ସେହିପରି ଲେମ୍ବୁ ରସ ଏବଂ ଦହିର ମିଶ୍ରଣ ମୁଣ୍ଡର ରୁପି ସମସ୍ୟା ଦୂର କରେ। ନଡିଆ ତେଲ ଏବଂ ଲେମ୍ବୁ ରସରୁ ନେଚୁରାଲ କ୍ରିମ୍ ତିଆରି କରାଯାଇପାରେ। ଏହି କ୍ରିମ୍ ତ୍ୱଚାରେ ଲଗାଇ ମାଲିସ୍ କରିବା ଦ୍ୱାରା ମୁହଁର ଚମକ ବଢିଯାଏ।

Comments are closed.