Latest Odisha News

କ୍ୟାନସର ହସ୍ପିଟାଲରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଲେ ଠିକା ପାରା-ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଗଲେ ମେଡିକାଲ କର୍ମଚାରୀ । କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଓ ନର୍ସିଂ ଷ୍ଟାଫ୍ । ଯାହାକୁ ନେଇ ସେଠାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ନିଯୁକ୍ତି ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରି ଯାଇଥିଲେ ଠିକା ପାରା ମେଡିକାଲ୍ ଷ୍ଟାଫଙ୍କ ସହ ନର୍ସିଂ ଷ୍ଟାଫ୍ ।

ପ୍ରତିବାଦକାରୀ ଠିକା କର୍ମଚାରୀ ରାସ୍ତାରେ ଶୋଇ ପଡ଼ି ମନ୍ତ୍ରୀଙ୍କ ବାଟ ରୋକିଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଘଟି ଚାଲିଥିଲା ଏସବୁ । ଗତ ୩ ବର୍ଷ ହେଲା ଏମାନେ ଠିକା ଭାବେ କାର୍ଯ୍ୟ କରୁଛନ୍ତି । ତଥାପି ସେମାନଙ୍କୁ ନିୟମିତ କରିବା ଲାଗି ସରକାର ପଦକ୍ଷେପ ନେଉ ନଥିବା କହିଛନ୍ତି ପ୍ରତିବାଦକାରୀ । ସେମାନଙ୍କ ଦାବି ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।

Leave A Reply

Your email address will not be published.