Latest Odisha News

ସାରୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ

ଭୁବନେଶ୍ବର:ଶରୀର ପାଇଁ ସତେଜ ପନିପରିବା  ଭଲ । ସେଥିମଧ୍ୟରୁ ସାରୁକୁ ଭର୍ତ୍ତା, ତରକାରୀ, ଡାଲମାରେ ବ୍ୟବହାର କରୁ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଲାଭଦାୟକ । ଏହି ମୂଳଜାତୀୟ ପରିବାରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଆଇରନ୍ ରହିଛି ।

-ସାରୁରେ ଫାଇବରର ମେଟାବୋଲିଜିମ୍‌କୁ ମଜବୁତ କରିଥାଏ । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ ।

-ସାରୁ ମଧୁମେହ ରୋଗୀଙ୍କ ପାଇଁ ବି ବିଶେଷ ଲାଭଦାୟକ ।

-ଟ୍ୟୁମରିଜେନିକ୍ କୋଷଗୁଡ଼ିକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ସାରୁ । ଟ୍ୟୁମରିଜେନିକ୍ କୋଷ, ଯାହା ଟ୍ୟୁମର ବୃଦ୍ଧି ଦ୍ୱାରା କର୍କଟ ସୃଷ୍ଟି ହୁଏ ।

-ରୋଗ ପ୍ରତିରୋଧକ ଶକ୍ତି ପାଇଁ ଭିଟାମିନ୍-ଇ ଏବଂ ଭିଟାମିନ୍-ସି ଜରୁରୀ ଅଟେ । ଉଭୟ ଭିଟାମିନ୍ ଇ ଏବଂ ସି ସାରୁରେ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ, ନିଶ୍ଚିତ ଭାବରେ ସାରୁକୁ ଆପଣଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।

– ଆଖି ପାଇଁ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଅତ୍ୟନ୍ତ ଜରୁରୀ । ଏହା ବ୍ୟତୀତ ଏଥିରେ ଭିଟାମିନ୍ ଏ, ସି ଏବଂ ଜିଙ୍କ ଭଳି ଅତ୍ୟାବଶ୍ୟକ ଉପାଦାନ ମଧ୍ୟ ରହିଥାଏ, ଯାହା ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ ।

– ଫାଇବର ଏବଂ ପ୍ରତିରୋଧକ ଷ୍ଟାର୍ଚ କୋଲେଷ୍ଟ୍ରଲ ହ୍ରାସ କରି ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନଙ୍କର ଖାଦ୍ୟରେ ଫାଇବର ଥାଏ, ସେମାନଙ୍କର ହୃଦୟ ସମ୍ବନ୍ଧୀୟ ରୋଗ କମ୍ ହୁଏ ।

-ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ହାଇପୋଲିପିଡେମିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ସାରୁରେ । ଉଚ୍ଚ ରକ୍ତଚାପ ସାରୁ ବ୍ୟବହାର ଦ୍ୱାରା ଭଲ ହୋଇପାରିବ ।

Comments are closed.