ଭୁବନେଶ୍ବର: ରୋଜଗାରରୁ ଅଧିକ ଖର୍ଚ୍ଚ, ଘରେ ରୋଗ ଲାଗି ରହୁଛି ତେବେ ଘରର ବାସ୍ତୁଦୋଷ ପାଇଁ ହୁଏ ବୋଲି ବିଶ୍ବାସ କରାଯାଏ । ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇେବ ଆସନ୍ତୁ ଜାଣିବା …
– ଧ୍ୟାନ ରଖନ୍ତୁ ଘରେ ଲାଗିଥିବା କୌଣସି ଟ୍ୟାପ୍ରୁ ଯେପରି ପାଣି ଲିକ୍ ନହୁଏ । ଘର ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଜରୁରୀ ।
-ଘରର ପୂର୍ବ ଦିଗରେ କିମ୍ବା ପୂଜା ସ୍ଥାନରେ ତୁଳସୀ ଗଛ ରହିଲେ ଅତ୍ୟନ୍ତ ଶୁଭ ।
-ରୋଷେଇ ଘରକୁ ସଫା ରଖନ୍ତୁ । ଏଥିସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଦେବା ଶୁଭ ଅଟେ ।
-ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ଉଚିତ୍ ।
– ଘରେ ଝୁଣା ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୁଏ ବୋଲି ବିଶ୍ୱାସ କରାଯାଏ।
– ଘରେ ଗୋଟିଏ ଲାଇନ୍ ରେ ତିନୋଟି କବାଟ ରହିବା ଭଲ ନୁହେଁ ।
– ଘରେ ଭଙ୍ଗାରୁଜା ଜିନିଷ / ଅଳିଆ ଆବର୍ଜନାକୁ ଗଦେଇକରି ରଖନ୍ତୁ ନାହିଁ । ଘରର ସୁଖଶାନ୍ତି ନାଶ ହୁଏ ।
-ଗାଧୁଆଘରକୁ ସର୍ବଦା ସଫା ରଖନ୍ତୁ । ଧ୍ୟାନଦେବେ ଯେମିତି ଦୁର୍ଗନ୍ଧ ନଆସୁ ।
Comments are closed.