Latest Odisha News

ଗୁଳୁଗୁଳି ଭିତରେ ଏସି କିଣିବାକୁ ଯୋଜନା କରୁଛନ୍ତି..ଧ୍ୟାନରେ ରଖନ୍ତୁ ଏହି କଥା

ଭୁବନେଶ୍ବର:ରାଜ୍ୟରେ ଗୁଳୁଗୁଳିଆ ଜାରି ରହିଛି । ଏହି ପ୍ରବଳ ଗରମ ଓ ଗୁଳୁଗୁଳିକୁ ମାତ୍ ଦେବା ପାଇଁ ଏୟାର କଣ୍ଡିସନର (AC) କିଣିବାକୁ ଯୋଜନା କରୁଛନ୍ତି କି? ତେବେ ଏସି କିଣିବା ପୂର୍ବରୁ କିଛି ଜରୁରୀ ଜିନିଷ ବିଷୟରେ ଜାଣି ରଖିବା ଉଚିତ, ଯେପରିକି ଶକ୍ତି ସଂରକ୍ଷଣ, ଦୀର୍ଘକାଳୀନ ସଞ୍ଚୟ ଏବଂ ସର୍ବୋତ୍ତମ ଶୀତଳୀକରଣ କାର୍ଯ୍ୟଦକ୍ଷତା ଆଦି ।

ଜାଣିରଖନ୍ତୁ ସଠିକ ମଡେଲ ଚୟନ କରିବା ଦ୍ବାରା ଗରମରୁ ମୁକ୍ତି ମିଳିବା ସହ ବିଦ୍ୟୁତ ବିଲ୍‌ ମଧ୍ୟ କମ କରିପାରିବେ । ମୁଖ୍ୟତଃ ଏସି କିଣିବା ପୂର୍ବରୁ ଏହି ଜିନିଷ ଜାଣି ରଖନ୍ତୁ..

-ଏସି ସାଧାରଣତଃ ଦୁଇ ପ୍ରକାରର ଥାଏ । ଗୋଟିଏ ହେଉଛି ସ୍ପିଲଟ୍‌ ଏସି ଓ ଅନ୍ୟଟି ହେଉଛି ୱିଣ୍ଡୋ ଏସି । Split ACଟି ରୁମ୍‌କୁ ଶୀଘ୍ର ଥଣ୍ଡା କରିଥାଏ । ଏହି ଏସିର ବ୍ଲୋୟର ଚଉଡ଼ା ଥିବାରୁ ଏହା ଥଣ୍ଡା ପବନ ଶୀଘ୍ର ଛାଡ଼ିଥାଏ । Window ACକୁ ଘରେ ଲଗାଇବା ମଧ୍ୟ ସହଜ । ନିଜ ରୁମ୍‌ର ଝରକାରେ ଏହାକୁ ଲଗାଇପାରିବେ, ଏଥିଲାଗି ରୁମ୍‌କୁ କଣା କରିବାର ଆବଶ୍ୟକ ନଥାଏ ।

-କେତେ ଟଙ୍କା ମଧ୍ୟରେ ଏସି କିଣିବେ ଏହା ସ୍ଥିର ପ୍ରଥମେ କରନ୍ତୁ ।ଏହାପରେ ଆପଣ କିଛି ପ୍ରଡକ୍ଟକୁ ବାଛିପାରିବେ । ବ୍ରାଣ୍ଡ ଓ ଫିଚର ଉପରେ ନିର୍ଭର କରି ଏସିର ଦାମ ବଢିଥାଏ ।

-୧୨୦ ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ପାଇଁ ୧ ଟନ୍ ଏୟାର କଣ୍ଡିସନର ଯଥେଷ୍ଟ । ତଥାପି ବଡ଼ କ୍ଷେତ୍ର ପାଇଁ ଏକ ବଡ଼ ଏସି ଆବଶ୍ୟକ ।

– ଅଧିକ ଷ୍ଟାର ମିଳିଥଲେ ଏହା ଉଚ୍ଚ କାର୍ଯ୍ୟଦକ୍ଷତାକୁ ବୁଝାଏ । ଏହି ଷ୍ଟାର ରେଟିଂ ବୁଝାଏ ଯେ ଆପଣଙ୍କ AC କେତେ ଶକ୍ତିର ବ୍ୟବହାର କରେ ।

-AC କିଣିବା ପୂର୍ବରୁ ବ୍ରାଣ୍ଡର ବିକ୍ରୟ ପରବର୍ତ୍ତୀ ସେବା ବିଷୟରେ ଜାଣିବା ନିହାତି ଆବଶ୍ୟକ। କମ୍ପାନୀର ତୁରନ୍ତ ସେବା ଏବଂ ଗ୍ରାହକଙ୍କ ପାଇଁ କିପରି ସେବା ପ୍ରକ୍ରିୟା ରହିଛି ,ସେ ସମ୍ପର୍କରେ ଯାଞ୍ଚ କରିନେବା ଉଚିତ ।

-ରିମୋଟ୍‌ କଣ୍ଟ୍ରୋଲ୍‌, ସ୍ମାର୍ଟ କନେକ୍ଟିଭିଟି, ସ୍ଲିପ୍‌ ମୋଡ୍‌, ଦ୍ରୁତ କୁଲିଂ ଆଦିକୁ ଯାଞ୍ଚ କରନ୍ତୁ । ଏହି ଫିଚରଗୁଡ଼ିକ ପ୍ରଡକ୍ଟକୁ ବ୍ୟବହାର କରିବା ସହଜ କରିଥାଏ ।

 

 

Comments are closed.