Latest Odisha News

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ ।

ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ସେମାନଙ୍କ ଜାଲରେ ଫସିଲେ ଯେକେହି ବି ହ୍ୟାକିଂ ନଚେତ ଅନ୍ଲାଇନ୍ ଠକେଇର ଶିକାର ହେବେ। ହେଲେ ଆମେ ଆପଣଙ୍କୁ  କିଛି ଏଭଳି କଥା କହିବୁ,ଯାହାକୁ ମାନିଲେ ଅନ୍ଲାଇନ୍ ବ୍ୟବହାର ସମୟରେ ସୁରକ୍ଷିତ ରହିପାରିବେ।

ଅନ୍ଲାଇନରେ ସର୍ବଦା ନିଜର ବ୍ରାଉଜରକୁ ଅପ୍ଡେଟ୍ ରଖନ୍ତୁ। ସେ ଗୁଗଲ କ୍ରୋମ ହେଉ ବା ଅନ୍ୟ କୌଣସି ବ୍ରାଉଜର, ସର୍ବଦା ତାହାକୁ ଅପ୍ଡେଟ୍ ରଖିବାକୁ ଭୁଲନ୍ତୁ ନାହିଁ। ସବୁବେଳେ ସୋସିଆଲ ମିଡିଆ ବ୍ୟବହାର ସମୟରେ ୟୁନିକ୍‌ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। ଆମର  ସହଜରେ ମନେ ରହିବା ଲାଗି ଆମେ ସେହିଭଳି ପାସଓ୍ବାର୍ଡ ବ୍ୟବହାର କରିଥାଉ। କିନ୍ତୁ ଏହା ସୁରକ୍ଷିତ ନୁହେଁ। ଡାଉନଲୋଡ କରିବା ସମୟରେ ମିଳୁଥିବା ସତର୍କ ସୂଚନାକୁ ଧ୍ୟାନ ରଖନ୍ତୁ । ଅନେକ ସମୟରେ କିଛି ଫାଇଲ ଡାଉନଲୋଡ କରିବା ସମୟରେ କ୍ରୋମ ସତର୍କ ସୂଚନା ଦେଇଥାଏ।

ଯଦି ସେଭଳି କିଛି ଦେଖନ୍ତି ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଏହା ସହ ସିକ୍ୟୁରିଟି ପ୍ରୋଟେକ୍ସନର ବ୍ୟବହାର କରନ୍ତୁ । କାରଣ କ୍ରୋମରେ ଆପଣଙ୍କୁ ସ୍ବତନ୍ତ୍ର ସିକ୍ୟୁରିଟି ଅପ୍ଶନ ମିଳିଥାଏ। ଏଣୁ ନିଜର ସୁରକ୍ଷା ଲାଗି ଏନ୍ହାନ୍ସଡ୍ ସେଫ୍ ବ୍ରାଉଜିଂ ପ୍ରୋଟେକ୍ସନକୁ ଅନ୍ କରନ୍ତୁ। ଏହା କ୍ଷତିକାରକ ଓ୍ବେବ୍ସାଇଟଠାରୁ ସୁରକ୍ଷା ପ୍ରଦାନ କରିଥାଏ। ଏବଂ ଅନ୍ଲାଇନ୍ ଲଗ୍ଇନ୍କୁ ଅଧିକ ସୁରକ୍ଷିତ କରିଥାଏ ଟୁ ଫ୍ୟାକ୍ଟର ଅଥଣ୍ଟିକେଶନ।

Comments are closed.