ମୁମ୍ବାଇ: ପରଦାକୁ ଆସିଲା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଆଉ ଏକ ନୂଆ ଗୀତ “ଅରେ ପ୍ୟାର୍ କର୍ଲେ” । ଗୀତରେ ଫିଲ୍ମର ପୁରା କାଷ୍ଟକୁ ରେଟ୍ରୋ ଲୁକ୍ରେ ଦେଖିବାକୁ ମିଳିଛି । ଏକ ଏହା ଡିସ୍କୋ ସଙ୍ଗ । ଗୀତଟିକୁ ବଲିଉଡର ସୁପରଷ୍ଟାର ସିଙ୍ଗର ବାପି ଲେହରୀ ଓ ଅୟୁଷ୍ମାନ ଖୁରାନା ମିଶି ଗାଇଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ବାୟୁ । ଗୀତର ମ୍ୟୁଜକ କମ୍ପୋଜ କରିଛନ୍ତି ତନିସ୍କ ବାଗଚୀ ।
୧୯୮୫ ଦଶକର ଫିଲ୍ମ ‘ସାହେବ’ର ଗୀତ ‘ୟାର୍ ବିନା ଚେନ୍ କାହାଁରେ’କୁ ପୁଣି ଥରେ ଏହି ଫିଲ୍ମରେ ରିକ୍ରିଏଟ୍ କରାଯାଇଛି । ଭିଡିଓରେ ୯୦ ଦଶକର ଝଲକ୍ ଦେଖିବାକୁ ମିଳିଛି । ଗୀତଟି ରିଲିଜ ହେବାର କିଛି ଘଂଟା ଭିତରେ ହିଁ ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଛି ।
ବହୁ ଚର୍ଚ୍ଚିତ କମେଡି ଡ୍ରାମା ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧନ’ ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ । ଏହାର ଲିଡ୍ ରୋଲ୍ରେ ଆୟୁଷ୍ମାନ ଖୁରାନା, ଜିତୁ, ନୀନା ଗୁପ୍ତା, ଗଜରାଜ ରାଓ ପ୍ରମୁଖ ଅଛନ୍ତି । ହିତେଶ କୈବଲ୍ୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ୨୧ ତାରିଖରେ ପରଦାକୁ ଆସିବ ।
BREAKING NEWS
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
Comments are closed.