ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଆଗକୁ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଅର୍ଜୁନ ମୁମ୍ବାଇ ବଦଳରେ ଗୋଅ ପକ୍ଷରୁ ଖେଳିବେ ବୋଲି ଜଣାପଡିଛି । ମୁମ୍ବାଇ କ୍ରିକେଟ ଆସୋସିଏଶନ ନିକଟରୁ ଏଥିନେଇ ସେ ଏନଓସି ମାଗିଛନ୍ତି । ଆଇପିଏଲରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୨ଟି ମ୍ୟାଚ ଖେଳିଛନ୍ତି । ସେହିପରି ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ତାଙ୍କୁ ହରିୟାଣା ଓ ପୁଡୁଚେରୀ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମୁମ୍ବାଇରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଅର୍ଜୁନଙ୍କୁ କଡା ସଂଘର୍ଷ କରିବାକୁ ପଡୁଥିଲା । ଅପରପକ୍ଷରେ ଗୋଆରେ ଦକ୍ଷତା ପ୍ରଦର୍ଶନ ପାଇଁ ତାଙ୍କୁ ଅଧିକ ସୁଯୋଗ ମିଳିବା ସମ୍ଭାବନା ରହିଛି । ଗୋଆ ଟିମକୁ ଜଣେ ବାମହାତୀ ପେସ ଅଲରାଉଣ୍ଡର ଆବଶ୍ୟକତା ଥିଲା ବୋଲି ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅର୍ଜୁନ ଏହି ଅଭାବ ପୂରଣ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
BREAKING NEWS
- Mohan Charan Majhi: ଲୋକାଭିମୁଖୀ ବଜେଟ ପାଇଁ ଜନସାଧାରଣ କଲେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ
- World Record: ବିଶ୍ଵ ରେକର୍ଡ଼ କଲା ଓଡ଼ିଶା;ଆମେରିକାର ରେକର୍ଡକୁ ଭାଙ୍ଗିଲେ ୭ ଟେରାକୋଟା କାରିଗର
- ବ୍ରୁକଙ୍କ ଶତକ ବଳରେ ସେମିକୁ ଉନ୍ନୀତ ହେଲା ଇଂଲଣ୍ଡ
- ବର୍ଷକରେ ସରକାର ବାଣ୍ଟିଲେଣି ଅଢ଼େଇ ଲକ୍ଷରୁ ଅଧିକ ପକ୍କା ଘର
- ଇଣ୍ଟରନେଟରେ ଭାଇରାଲ ହେଉଛି କୁନି ମାଙ୍କଡ଼ ପଞ୍ଚ, ୨ କୋଟି ଅଫର୍…
- ‘Agni Varsha’ at Pokhran:ଭାରତୀୟ ସେନାର ‘ଅଗ୍ନିବର୍ଷା’… ମରୁଭୂମିରେ ଭାରତର ଶକ୍ତି ପ୍ରଦର୍ଶନ
- ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ହଠାତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ରିଙ୍କୁ ସିଂ
- ପାଚେରୀ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର
- ଆନ୍ତର୍ଜାତୀୟ ଟି୨୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପଲା ଭାରୀ
- ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ; ଶୁଭାରମ୍ଭ ହେଲା ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍
Comments are closed.