Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ; ବଞ୍ଚିଗଲେ ୨୦ ଯାତ୍ରୀ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅବାଭନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ କାଢ଼ିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସି ବସ ହେଲ୍ପରଙ୍କ ମୃତ୍ୟୁ ଘଟିଛି ।

ବସରେ ଥିବା ସମସ୍ତ ୨୦ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା ଅନୁଭୂତ ହୋଇଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଯାଇଛି । ପ୍ରଥମେ ଆଘାତ ବେଳେ ତେବେ ହେଲପର ଗୁରୁତର ହୋଇଯାଇଥିଲେ । ତାଙ୍କୁ ଟିକିରି ମେଡିକାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ହଇଥିଲା।

ମୃତ ବସ ହେଲ୍ପର ଜଣଙ୍କ ଡାକନା ନୀର ବୋଲି ଜଣାପଡ଼ିଛି। ତାଙ୍କ ଘର ରାୟଗଡା ଜିଲ୍ଲା ସଦର ବ୍ଲକ ହଲୁଆ ପଞ୍ଚାୟତର କୋଡିଙ୍ଗଗୁଡା ।

ସେ ‘ପବନପୁତ୍ର ହନୁମାନ’ ବସରେ ବିଗତ କିଛି ମାସ ହେବ ହେଲ୍ପର ଭାବେ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟାରେ ଟିକିରି ବସ ଷ୍ଟାଣ୍ଡ ଠାରେ ବସରୁ ଲୁହା ପାଇପ ଓହ୍ଲାଇବା ସମୟରେ ଏହି ଅଘଟଣ ଘଟିଥିଲା ।

ଘଟଣା ପରେ ଟିକିରି ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ବସ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.