Latest Odisha News

BREAKING NEWS

ଓଡ଼ିଶା ସରକାର ମାଗଣାରେ ଦେବେ ଜାତୀୟ ପତାକା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ସରକାର ଓ ବିଭିନ୍ନ ଅନୁଷ୍ଠାନ ଏହି ସ୍ୱର୍ଣ୍ଣିମ ଦିବସକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ଯୋଜନା ମାନ କରୁଛନ୍ତି ।

ସାଧାରଣ ନାଗରିକ ମାନଙ୍କ ଭିତରେ ମଧ୍ୟ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ  କରିଛନ୍ତି ।

ରାଜ୍ୟର ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟ ସରକାର ଜାତୀୟ ପତାକା ତିଆରି କରି ବାଣ୍ଟିବାକୁ ଦାୟିତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ମିଶନ ଶକ୍ତିର ମହିଳା ମାନେ ୩୦ ଲକ୍ଷ  ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଗୁଡ଼ିକୁ ଅନୁଦାନ ଯୋଗାଇ ଦେଇଛନ୍ତି ।

କେନ୍ଦ୍ର ସରକାର ଲୋକଙ୍କୁ ୨୫ ଟଙ୍କା ମୂଲ୍ୟରେ ଜାତୀୟ ପତାକା ଯୋଗାଇବା ପାଇଁ ପ୍ରତ୍ୟେକ ଡାକ ଘରେ ବିକ୍ରି ବ୍ୟବସ୍ଥା କରିଛନ୍ତି । ଏପରିକି ସେହି ମୂଲ୍ୟରେ ଏହାକୁ ଲୋକଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.