Latest Odisha News

BREAKING NEWS

ଶିଶୁ ମୁଣ୍ଡରେ ବନ୍ଧୁକ ରଖି ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଡକାୟତ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁରେ ବଡ଼ ଧରଣର ଡକାୟତି ହୋଇଛି । ଗାଁର ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ସଶସ୍ତ୍ର ଡକାୟତି ହୋଇଛି । ମୁଖା ପିନ୍ଧା ସଶସ୍ତ୍ର ଡକାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ ଆକ୍ରମଣ କରିଥିଲେ ।

ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ଭୟଭୀତ କରି ଘରୁ ଲକ୍ଷାଧିକ ଟଙ୍କା ଓ  ସୁନା ରୂପା ନେଇ ଯାଇଛନ୍ତି । ଚୋର ୩ ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଆଘାତ କରିଛନ୍ତି । ସୁନ୍ଦର ଶ୍ୟାମଙ୍କ ମୁଣ୍ଡ ପଛ ପଟେ ଆଘାତ ଲାଗିଥିବା ବେଳେ  ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି ।

ସୁନ୍ଦରଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ମାଆ ଜମ୍ବୁଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି । ତେବେ ସଶସ୍ତ୍ର ଡକାୟତି ପାଇଁ ଆସିଥିବା ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ମଧ୍ୟରେ କିଛି ଚିହ୍ନା ମୁହଁ ଥିବା କହିଛନ୍ତି ପରିବାର ଲୋକ । ଖବର ପାଇ ନୂଆପଡ଼ା ଏସପିଙ୍କ ସହ ଖଡ଼ିଆଳ ପୋଲିସ ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.