Latest Odisha News

BREAKING NEWS

ରୁଷର ମଧ୍ୟସ୍ଥତା ପରେ ଟଳିଲା ବଡ ଆଶଙ୍କା, ଆର୍ମେନିଆ-ଆଜରବୈଜାନ ଯୁଦ୍ଧ ରୋକିବା ନେଇ ସହମତ

ମସ୍କୋ: ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଡ ରୂପ ନେବାକୁ ଯାଉଥିଲା । ଦୁଇ ଦେଶର ସମର୍ଥନରେ ଅନ୍ୟ କେତେକ ଦେଶ ଆଗକୁ ଆସୁଥିଲେ । ତେବେ ଠିକଣା ସମୟରେ ରୁଷିଆ ମଧ୍ୟସ୍ଥତା କରି ଏହାକୁ ରୋକିବାରେ ସଫଳ ହୋଇଛି । ଏବେ ଉଭୟ ଦେଶ ଯୁଦ୍ଧ ରୋକିବା ନେଇ ରାଜି ହୋଇଛନ୍ତି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ।

ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ମସ୍କୋ ଆମନ୍ତ୍ରଣ କରିଥିଲେ । ଦୀର୍ଘ ସମୟ ଆଲୋଚନା ପରେ ଉଭୟ ଦେଶ ଶାନ୍ତି ପ୍ରତିଷ୍ଠା ପାଇଁ ରାଜି ହୋଇଥିଲେ ।ଅକ୍ଟୋବର ୧୦ରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନକୁ ଲାଗୁ କରି ଦିଆଯାଇଛି । ନାର୍ଗୋନ-କାରଦାଖ ବିବାଦୀୟ ସୀମା ଅଂଚଳକୁ ନେଇ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.