Latest Odisha News

BREAKING NEWS

ଲଦାଖରେ ଚୀନ ଅନୁପ୍ରବେଶକାରୀ ନ’ଥିବା ସ୍ପଷ୍ଟିକରଣ ଦେଲେ ସେନାମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସୀମା ଲଦାଖରେ କୌଣସି ଚୀନ ଅନୁପ୍ରବେଶକାରୀ ପ୍ରବେଶ କରି ନଥିବା କଥା ସ୍ପଷ୍ଟ କରିଛନ୍ତି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ ।

“କୌଣସି ଅନୁପ୍ରବେଶ ହୋଇନାହିଁ,” କାରିଗିଲ୍ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଏକ ଉତ୍ସବରେ ଏହା କହିଛନ୍ତି ଭାରତୀୟ ସେନାର ମୁଖ୍ୟ ବିପିନ୍ ରାୱତ ।

ଜୁନ ୬ ତାରିଖରେ ତିବ୍ଦତ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିବସ ପାଳନ ସମୟରେ ଲଦାଖସ୍ଥିତ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦିବ୍ଦତୀୟ ପତାକା ଉତ୍ତୋଳନ କରିବା ସମୟରେ ଚୀନ ସୈନିକ ଅନୁପ୍ରବେଶ କରିଥିବା କଥା ଆଲୋଚନା ହୋଇଥିଲା ।

“ଚୀନ ସୈନିକମାନେ ନିୟନ୍ତ୍ରଣ ରେଖା ପାର ହୋଇ ପାଟ୍ରୋଲିଂ କରୁଥିଲେ । ଆମେ ଏହା ଅବରୋଧ କରିଥିଲୁ । ସାଧାରଣତଃ ସେହି ସ୍ଥାନରେ ସ୍ଥାନୀୟ ପାରମ୍ପରିକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସେଠାରେ ଥିବା ଡାମଚୋକ୍ ସେକ୍ଟରରେ ଦିବ୍ଦତୀୟମାନେ ବିଭିନ୍ନ ପର୍ବ ପର୍ବାଣୀ ସହିତ ଉତ୍ସବ ପାଳନ କରିଥାଆନ୍ତି । କ’ଣ ହେଉଛି ଏହାକୁ ଦେଖିବାକୁ କିଛି ଚୀନ ସୈନିକ ଆସିଥିଲେ । ମାତ୍ର ସେଠାରେ ଚୀନ ସୈନିକମାନେ ଆଦୌ ଅନୁପ୍ରବେଶ କରିନାହାନ୍ତି । ଏଠାରେ ପୂର୍ବପରି ପରିସ୍ଥିତି ସ୍ୱାଭାବିକ ରହିଛି,” ବୋଲି ସେନାଧ୍ୟକ୍ଷ ଶ୍ରୀ ରାୱତ କହିଛନ୍ତି ।

Leave A Reply

Your email address will not be published.