Latest Odisha News

BREAKING NEWS

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଇଓ ଗିରଫ

ପୁରୀ : ପୁରୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ହୃଷିକେଶ କାଣ୍ଡିଙ୍କୁ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗରିଫ କରିଛି।

ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ତାଙ୍କ କାରରୁ ପ୍ରାୟ ନଗଦ ୧.୧୧ ଲକ୍ଷ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ପରର୍ତ୍ତୀ ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ବେଳେ ଏନେଇ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ତାଙ୍କର ସାଲେପୁର ଓ ଭୁବନେଶ୍ୱର ଘରେ ଏକ ଟିମ୍ ଚଢାଉ କରିଥିଲା । ଏହି ଚଢାଉ ବେଳେ ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ ସେଠାରୁ ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ସମେତ ନଗଦ ୮୦ ଲକ୍ଷ ଟଙ୍କା ଠାବ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.