Latest Odisha News

BREAKING NEWS

LACରେ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ସେନା ପ୍ରସ୍ତୁତ: ସେନାମୁଖ୍ୟ

ଜମ୍ମୁ କଶ୍ମୀର: ଚୀନ୍ ସହ ସୀମା ବିବାଦ ଭିତରେ ଦୁଇ ଦିନି ଲେହ ଗସ୍ତରେ ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ଭାଣେ । ସୀମାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ସେନାମୁଖ୍ୟ କହିଛନ୍ତି, ସୀମାରେ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଯବାନଙ୍କ ମନୋବଳ ଦୃଢ଼ ରହିଛି । ସୀମାରେ ସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି । ଯବାନଙ୍କ ସୁରକ୍ଷା ଓ ଏକତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ଆମର ଯବାନଙ୍କୁ ନେଇ ଦେଶ ଗର୍ବିତ ବୋଲି କହିଛନ୍ତି ସେନାମୁଖ୍ୟ ।

ଲଦାଖରେ ଭାରତ-ଚୀନ୍ ମଧ୍ୟରେ ପୁଣି ଥରେ ଉତ୍ତେଜନା ଜାରି ରଖିଛି । ଗତ ମାସ ୨୯-୩୦ ରାତିରେ ପାଙ୍ଗୋଙ୍ଗ ସୁ ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିଲା ଚୀନ୍ ସେନା । ସତର୍କ ଥିବା ଭାରତୀୟ ସେନା ସେମାନଙ୍କୁ ତଡ଼ିଥିଲେ । ଏହାପରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.