ଶ୍ରୀନଗର: ଭାରତୀୟ ସେନାର ରୋମିଓ ଫୋର୍ସ ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ପୁଞ୍ଚ ଜିଲ୍ଲାର ଘର ଘର ବୁଲି ଲୋକଙ୍କୁ ଔଷଧ ଏବଂ ରାସନ ଯୋଗାଇ ଦେଉଛନ୍ତି । ମେ ୯ ତାରିଖରେ ପାକିସ୍ତାନ ଦ୍ୱାରା ପ୍ରବଳ ଗୁଳିବର୍ଷାର ହୋଇଥିଲା , ଏଥିରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ଅଞ୍ଚଳରେ ଲୋକଙ୍କୁ ଔଷଧ ଏବଂ ରାସନ ଯୋଗାଇବା ପାଇଁ ଘରକୁ ଘର ବୁଲି କାର୍ଯ୍ୟ କରୁଛନ୍ତି ଭାରତୀୟ ସେନାର ରୋମିଓ ଫୋର୍ସ ।
ପାକିସ୍ତାନର ଗୁଳିବର୍ଷାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ବିଷୟରେ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଜରୁରୀ ଆବଶ୍ୟକତା ଆକଳନ କରିଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ସେନାର ଚାଲିଥିବା ଅଭିଯାନର ଏହି ପଦକ୍ଷେପ ଏକ ଅଂଶ।
ସେନାଙ୍କ ତ୍ବରିତ ଆକ୍ସନ ଏବଂ ନିରନ୍ତର ଉପସ୍ଥିତି ପାଇଁ ସ୍ଥାନୀୟ ବାସିନ୍ଦାମାନେ ଆଶ୍ୱସ୍ତି ଏବଂ କୃତଜ୍ଞତା ପ୍ରକାଶ କରିଛନ୍ତି।ମେ ୯ ତାରିଖରେ ହୋଇଥିବା ଗୁଳିବର୍ଷଣରେ ସେମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା।
#WATCH | A local resident, Mohammad Asif says, "…Heavy shelling had taken place here, which caused heavy damages to our house. There is no scope for us to live here. So, we live in the house of our neighbour. Indian Army has come here. They helped us a lot, provided us with… pic.twitter.com/BfVPBpPtQC
— ANI (@ANI) May 15, 2025
ଜଣେ ସ୍ଥାନୀୟ ବାସିନ୍ଦା ମହମ୍ମଦ ଆସିଫ କହିଛନ୍ତି, ଏଠାରେ ପ୍ରବଳ ଗୁଳିବର୍ଷା ହୋଇଥିଲା, ଫଳରେ ଆମ ଘରର ବହୁତ କ୍ଷତି କରିଥିଲା। ତେଣୁ, ଆମେ ଆମ ପଡ଼ୋଶୀଙ୍କ ଘରେ ରହୁଛୁ। ଭାରତୀୟ ସେନା ଏଠାକୁ ଆସିଛି। ସେମାନେ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ଔଷଧ ଯୋଗାଇଛନ୍ତି। ସେମାନେ ଆମକୁ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସେମାନଙ୍କୁ କହିବାକୁ କହିଥିଲେ। ଆମର ସମସ୍ୟା ବୁଝିବାକୁ ଆସିବା ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ୯ ମେ ଦିନ ଆମ ଘରର କ୍ଷତି ହୋଇଥିଲା। ଭାରତୀୟ ସେନା ସୀମାରେ ଲଢ଼ୁଛି ଏବଂ ଆମକୁ ସାହାଯ୍ୟ କରୁଛି। ଆମେ ସେମାନଙ୍କ ନିକଟରେ କୃତଜ୍ଞ…”
Comments are closed.