Latest Odisha News

BREAKING NEWS

Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର

ପୁରୀ:ପୁରୀ ଶ୍ରୀମନ୍ଦିରରେ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ଭିତରୁ ଫେକ୍ ଆର୍ମି ଧରା ପଡିଛନ୍ତି । ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।

ଆର୍ମି ୟୁନିଫର୍ମ ସହ କାନ୍ଧରେ ଅଶୋକ ସ୍ତମ୍ଭ ଲୋଗୋ ଲଗାଇ ସେ ମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାଥାଉକି, ତାଙ୍କ ପରିଚୟ ଓ ବ୍ୟବହାରକୁ ନେଇ ସନ୍ଦେହ ହେବାରୁ ତୁରନ୍ତ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଅଟକ ବ୍ୟକ୍ତି ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଉଥିବାବେଳେ ସେ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି । ପ୍ରାଥମିକ ଯାଞ୍ଚରେ ତାଙ୍କ ପରିଚୟକୁ ନେଇ ସନ୍ଦେହ ବଢ଼ିବାରୁ ତାଙ୍କୁ ସିଂହଦ୍ୱାର ଥାନାକୁ ନିଆଯାଇଛି । ଶ୍ରୀମନ୍ଦିର ମଧ୍ୟରେ କେଉଁ କେଉଁ ସ୍ଥାନକୁ ସେ ବୁଲିଛନ୍ତି । ସେନେଇ ମଧ୍ୟ ଜେରା କରୁଛି ପୋଲିସ ।

Leave A Reply

Your email address will not be published.