Latest Odisha News

BREAKING NEWS

ଗଲଓ୍ୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ; ଶ୍ରଦ୍ଧାଞ୍ଜଳି ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଆଜି ୧ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

୨୦୨୦ ମସିହା ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ଯେଉଁ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

 

ଭାରତୀୟ ସେନା ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସହିଦ ହୋଇଥିବା ବୀର ଯବାନ ମାନଙ୍କ ବୀରତ୍ବ ରାଷ୍ଟ୍ରୀୟ ସ୍ମୃତିରେ ସବୁବେଳେ ମନେ ରହିବ।

ଏହି ଅବସରରେ ସେନା ପ୍ରମୁଖ ଜେନେରାଲ ଏମଏମ ନରାଓ୍ବଣେ ଓ ସେନାର ସବୁ ରାଙ୍କର ଅଧିକାରୀ ମାନେ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comments are closed.