Latest Odisha News

BREAKING NEWS

ସୀମାରେ ଆଲର୍ଟ: ଜମ୍ମୁରେ ମିଲିଟାରୀ ଷ୍ଟେସନ ପାଖରେ ବାରମ୍ବାର ପଇଁତରା ମାରୁଛି ଡ୍ରୋନ୍

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ଡ୍ରୋନ୍ ଯୋଗେ ବିସ୍ଫୋରଣ ଘଟଣା ପରେ ବାରମ୍ବାର ସୀମାନ୍ତ ଆକାଶରେ ଉଡୁଇଛି ଡ୍ରୋନ୍ । ପାକିସ୍ତାନ ପଟରୁ ଜମ୍ମୁ ଆକାଶରେ ଡ୍ରୋନ୍ ଉଢୁଥିବା ଦେଖିବାକୁ ମିଳୁଛି । ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ ସୁଞ୍ଜଓ୍ୱାନ ମିଲିଟାରୀ ଷ୍ଟେସନ ପାଖରେ ଏକ ଡ୍ରୋନ ଦେଖିବାକୁ ମିଳିଥିଲା । ଯାହାକି କିଛି ସମୟ ପରେ କୁଆଡେ ଚାଲି ଯାଇଥିଲା ।

କୁଞ୍ଜଓ୍ୱାନୀ, ସୁଞ୍ଜଓ୍ୱାନ ଓ କାଲୁଚକ ଅଞ୍ଚଳରେ ଡ୍ରୋନ ଉଡୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି । ରାତି ଗୋଟାଏ ୮ ମିନିଟରେ ରତାନୁଚେକରେ, ପରେ କୁଞ୍ଜଓ୍ୱାନୀରେ ରାତି ୩ଟା ୯ ମିନିଟ ଓ ଭୋର ୪ଟା ୧୯ ମିନିଟରେ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ବହୁ ଉଚ୍ଚରେ ଉଡୁଥିବାରୁ ସେନା ପକ୍ଷରୁ ଡ୍ରୋନ୍ ଉପରେ ଗୁଳିମାଡ଼ ହୋଇ ନାହିଁ ।

ଆଜିକୁ ମିଶାଇ ଲଗାତାର ତୃତୀୟ ଦିନରେ ଏଭଳି ଘଟଣା ସାମନାକୁ ଆସିଛି । ସୀମାନ୍ତ ଆକାଶରେ ପଇଁତରା ମାରୁଥିବା ଏହି ଡ୍ରୋନ୍ ଗୋଟିଏ ନାଁ ତିନିଟି ଅଲଗା ଅଲଗା ଡ୍ରୋନ ? ଅଧିକ ଖୋଳଚାଡ ଜାରି ରହିଛି । କାରଣ କିଛି ସମୟ ଭିତରେ ଡ୍ରୋନ୍ କୁଆଡ଼େ ଗାଏବ ହୋଇଯାଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଆଲର୍ଟରେ ଅଛନ୍ତି ସୁରକ୍ଷାବାହିନୀ ।

Leave A Reply

Your email address will not be published.