Latest Odisha News

BREAKING NEWS

ଟ୍ୱିଟର ଇଣ୍ଡିଆ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଭାରତର ଭୁଲ୍‌ ମାନଚିତ୍ର ଦର୍ଶାଇବା ଉପରେ ଟ୍ବିଟରର ଏମ୍‌ଡିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଟ୍ୱିଟର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତରପ୍ରଦେଶ ପୋଲିସ। ଏହାପରେ ଭାରତରେ ଭୁଲ୍‌ ମାନଚିତ୍ରକୁ ଟ୍ବିଟର ହଟାଇଥିବା ଜଣାପଡ଼ିଛି।

ଭାରତ ବାହାରେ ଲଦାଖ, ଜାମ୍ମୁ କାଶ୍ମୀରକୁ ଭିନ୍ନ ଦେଶ ଭାବେ ଦର୍ଶାଇବା ପରେ ୟୁଜର୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସୋମବାର ସନ୍ଧ୍ୟାରେ ଟ୍ୱିଟର ସେହି ମାନଚିତ୍ରକୁ ହଟାଇ ଦେଇଥିବା ଜଣାପଡ଼ିଥିଲା।

ଟ୍ୱିଟର ଇଣ୍ଡିଆ ଏମଡି ମନୀଷ ମହେଶ୍ୱରୀଙ୍କ ସହ ନ୍ୟୁଜ ପାର୍ଟନରସିପ ହେଡ ଅମୃତା ତ୍ରିପାଠୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.