Latest Odisha News

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ତରଙ୍ଗ ସମୟରେ ନିଜ ଜୀବନକୁ ପାଣି ଛଡେଇ ଲୋକଙ୍କ ଜୀବନ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଅନେକ ଡାକ୍ତରଙ୍କ ଜୀବନ ନେଲାଣି କରୋନା। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) କହିଛି ଯେ ଦ୍ୱିତୀୟ ତରଙ୍ଗ ସମୟରେ ୭୯୮ ଡାକ୍ତର ପ୍ରାଣ ହରାଇଛନ୍ତି

ତଥ୍ୟ ଅନୁଯାୟୀ ଏହି ମାମଲାରେ ଦିଲ୍ଲୀ ଏବଂ ବିହାରର ସ୍ଥିତି ଉଦ୍‌ବେଗଜନକ ରହିଛି। ମହାମାରୀରେ ଦିଲ୍ଲୀର ୧୨୮ ଡାକ୍ତର ପ୍ରାଣ ହରାଇଥିବା ‌ବେଳେ ବିହାରର ୧୧୫ ଜଣ ଏବଂ ଉତ୍ତରପ୍ରଦେଶ ୭୯ ଜଣ ଡାକ୍ତରଙ୍କ ଜୀବନ ଯାଇଛି।

Comments are closed.