Latest Odisha News

BREAKING NEWS

ବ୍ରାଜିଲ୍-ଭାରତ ବାୟୋଟେକ୍ ଚୁକ୍ତି ସ୍ଥଗିତ

ନୂଆଦିଲ୍ଲୀ: ଟିକାକିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଭାରତ ବାୟୋଟେକ୍ ସହ ଟିକାକିଣା ଚୁକ୍ତିକୁ ସ୍ଥଗିତ ରଖିଛି ବ୍ରାଜିଲ। ଏହି ଚୁକ୍ତି ସ୍ଥଗିତ ହେବା ପରେ ୩୨୪ ମିଲିୟନ ଡଲାରର ଚୁକ୍ତିର ଭବିଷ୍ୟତ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅନିୟମିତତାରେ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ମଧ୍ୟ ରହିଛି।

BjdElectrycity

ଏହି ଚୁକ୍ତି ଅନୁସାରେ ବ୍ରାଜିଲ ଭାରତରୁ ୨ କୋଟି କୋଭାକ୍ସିନ ଟିକା କିଣିଥାନ୍ତା। ଏହି ଚୁକ୍ତି ଉପରେ ସ୍ଵାସ୍ଥ୍ୟମନ୍ତ୍ରାଳଯ ସ୍ଥଗିତାଦେଶ ଦେବା ପରେ ରାଷ୍ଟ୍ରପତି ବୋଲସୋନାରୋ ସମସ୍ତ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ବ୍ରାଜିଲର ଗଣମାଧ୍ୟମରେ ପ୍ରକାଶିତ ଖବରଅନୁସାରେ କିଛି ଲୋକ ରାଷ୍ଟ୍ରପତିଙ୍କ ଭୂମିକାକୁ ନେଇ ସାର୍ବଜନିକ ଭାବେ ଅଭିଯୋଗ କରିଆସୁଥିଲେ। ସ୍ଵାସ୍ଥ୍ୟମନ୍ତ୍ରାଳୟର ଏକ ଟିମ୍ ରାଷ୍ଟ୍ରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ। ତେବେ ସ୍ଵାସ୍ଥ୍ୟମନ୍ତ୍ରାଳୟକୁ ପ୍ରାଥମିକ ତଦନ୍ତରୁ ଅନିୟମିତତା ନେଇ କିଛି ତଥ୍ୟ ମିଳି ନ ଥିବା କୁହାଯାଉଛି। ତେବେ ମହାମାରୀ ମୁକାବିଲା ସମ୍ପର୍କିତ ଏକ ସିନେଟ ପ୍ୟାନେଲ ମଧ୍ୟ ଏହି ଅନିୟମିତତାର ତଦନ୍ତ କରୁଛି।

ଭାରତୀୟ କମ୍ପାନି ଭାରତ ବାୟୋଟେକ୍ ଦ୍ଵାରା ବିକଶିତ କୋଭାକ୍ସିନ ଆଲଫ୍ପା ଓ ଡେଲ୍ଟା ଭାରିଏଣ୍ଟର ମୁକାବିଲା ପାଇଁ ସକ୍ଷମ ବୋଲି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆମେରିକା (ଏନ୍ଆଇଏଚ୍) କହିସାରିଛି। ଏନ୍ଆଇଏଚ୍ କହିବା ଅନୁସାରେ ଏହି ଭ୍ୟାକ୍ସିନ ଆଲଫା ଓ ଡେଲଟା ଭାରିଏଣ୍ଟ ବିରୋଧରେ ଭଲ କାମ କରୁଛି। ଏହା ଏକ ସୁରକ୍ଷିତ ଭାକ୍ସିନ ବୋଲି  ଆମେରିକାର ଏହି ଶୀର୍ଷ ସ୍ଵାସ୍ଥ୍ୟ ଅନୁଷ୍ଠାନ କହିସାରିଛି।

Leave A Reply

Your email address will not be published.