Latest Odisha News

BREAKING NEWS

ଆଇଟି ଚଢଉବେଳେ ବାହାରିଲା ଅଚଳାଚଳ ସମ୍ପତ୍ତି: ୯୪ କୋଟି କ୍ୟାସ, ୮ କୋଟିର ହୀରା, ୩୦ ଦାମୀ ଗାଡି

ନୂଆଦିଲ୍ଲୀ: କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ ଏବଂ ଆନ୍ଧ୍ରପ୍ରଦେଶରେ ୫୫ରୁ ଅଧିକ ସ୍ଥାନରେ ଠିକାଦାର ଏବଂ ରିଅଲ ଇଷ୍ଟେଟ ଡେଭଲପର୍ସଙ୍କ ଘରେ ଚାଲିଛି ଚଢଉ । ଏହି ଚଢାଉରେ ଆଇଟି ହାତରେ ଲାଗିଛି ୯୪ କୋଟିରୁ ଅଧିକ ଟଙ୍କାର ନଗଦ କ୍ୟାସ ।

ସିବିଡିଟି (Central Board of Direct Taxes) ସୂଚନା ଅନୁଯାୟୀ, ଏହି ରେଡ ସମୟରେ ୯୪ କୋଟି ନଗଦ କ୍ୟାସ, ୮ କୋଟିର ସୁନା ଏବଂ ହୀରା ଅଳଙ୍କା, ୩୦ ଲଗ୍ଜୁୂରୀ ଗାଡି ଜବତ ହୋଇଛି । ଏହି ରେଡ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇଥିଲା । ବିଭାଗ ପକ୍ଷରୁ ବେଙ୍ଗାଲୁର ଏବଂ ପଡୋଶୀ ରାଜ୍ୟ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର କିଛି ସହରର ସହିତ ଦିଲ୍ଲୀର ୫୫ଟି ଜାଗାରେ ରେଡ କରାଯାଇଛି ।

ସିବିଡିଟି ଏକ ବୟାନ ଜାରି କରି କହିଛନ୍ତି, ତଲାସି ପରେ ପାଖାପାଖି ୯୪ କୋଟିର ବେଆଇନ ନଗଦ କ୍ୟାସ ଏବଂ ଅନ୍ୟାନ୍ୟ ଜିନିଷକୁ ମିଶାଇ ପ୍ରାୟ ୧୦୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି । ତେବେ ଏତେ ପରିମାଣର ସମ୍ପତ୍ତି କାହାକାହାଠାରୁ ଜବତ ହୋଇଛି ସେ ପରିଚୟକୁ ଗୋପନ ରଖି ସିବିଡିଟି କହିଛି, ଘରୋଇ ସଂସ୍ଥାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ୩୦ ଲଗ୍ଜୁରୀ ବିଦେଶୀ ହାତ ଘଣ୍ଟା ଜବତ ହୋଇଛି ।

ତେବେ ସିବିଡିଟିର ଏହି ହିସାବକୁ ଦେଖି କଣ୍ଣାଟକର କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । ଭାଜପାର ପ୍ରଦେଶ ଅଧ୍ୟକ୍ଷ ନଳୀନ କୁମାର କହିଛନ୍ତି ଏହି ଟଙ୍କା କଂଗ୍ରେସର । ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହାକୁ ଖଣ୍ଡନ କରିଛନ୍ତି । ଏଠି କହିରଖିବୁ, ସିବିଡିଟି ଆୟକର ବିଭାଗ ପାଇଁ ନୀତି ପ୍ରସ୍ତୁତ କରନ୍ତି ।

ଚଢାଉ ସମୟରେ ଜବତ କାଗଜପତ୍ରର ହାର୍ଡ କପି ଏବଂ ଡିଜିଟାଲ ଡାଟା ଜବତ କରାଯାଇଛି ।

Leave A Reply

Your email address will not be published.