Latest Odisha News

BREAKING NEWS

ଭଦ୍ରକରେ ଚାଞ୍ଚଲ୍ୟ: ୧୦ବର୍ଷ ପରେ ଗିରଫ ହେଲା ପତ୍ନୀହନ୍ତା

ଭଦ୍ରକ: ସ୍ତ୍ରୀକୁ ହତ୍ୟା କରିବା ପରେ ୧ହ ବର୍ଷ ହେବ ଫେରାର ଥିଲା ଅଭିଯୁକ୍ତ  । ଆଉ ଏବେ ବାନ୍ଧିଲା ପୋଲିସ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁସ୍ତାଫାରୁର ଗାଁରେ  । ଅଭିଯୁକ୍ତ ଜଣକ ସେକ୍ ଚାନ୍ଦ ବାବୁ ବୋଲି ଜଣାପଡିଛି । ପୋଲିସ ଆଜି ସେକ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୂତାବକ ସେକ୍ ଚାନ୍ଦ  ଧାମନଗର କାଜି ମହଲା ଗାଁର ଚାନ୍ଦମୁନିଙ୍କୁ ବିବାହ କରିଥିଲେ । ବାହାଘର ପରେ  ପରେ କିଛି ଦିନ ସବୁକିଛି ଠିକ୍ ଥିଲା  ।

କିନ୍ତୁ ପରେ ସେକ୍ ତାଙ୍କ ପତ୍ନୀକୁ ଯୌତୁକ ନିର୍ଯ୍ୟାତନା ଦେଇ ବେକରେ ଶାବଳ ପକାଇ ହତ୍ୟା କରିଥିଲା  । ଆଉ ତାପରଠାରୁ ଫେରାର ହୋଇଯାଇଥିଲା । ପୋଲିସ ମଧ୍ୟ ସେକ୍ ଙ୍କୁ ଖୋଜିବାରେ ବିଫଳ ହୋଇଥିଲା । ସେପଟେ ୨୦୧୩ ମସିହାରେ ମୃତ ଚାନ୍ଦମୁନିଙ୍କ ବାପା ଘଟଣାକୁ ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ପୋଲିସ ଯେତେ ଖୋଜାଖୋଜି କରିଥିଲେ ବି ପୋଲିସ ଅଭିଯୁକ୍ତର ଟେର ପାଇନଥିଲା । ଶେଷରେ ଦୀର୍ଘ ୧୦ ବର୍ଷ ପରେ ପୋଲିସ ସେକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.