Latest Odisha News

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର ଚାଲିଛି ଚିକିତ୍ସା ।

ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ୧୨ ତାରିଖରେ ଏହି ଘଟଣା ଘଟିଥିଲା । ବାଣପୁର ବ୍ଲକ ନିକଟରେ ଶୋଭାଯାତ୍ରା ଯାଉଥିବା ବେଳେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ସାଧାରଣ ଲୋକଙ୍କ ସମେତ ପୋଲିସ ବି ଆହତ ହୋଇଥିଲେ ।

ଗାଡ଼ି ମଡ଼ାଇ ଦେବା ପରେ ଉତ୍ୟକ୍ତ ଲୋକ ବିଧାୟକଙ୍କୁ ନିସ୍ତୁକ ମାଡ଼ ମାରଥିଲେ । ଆକ୍ରମଣରେ ସେ ଲହୁଲୁହାଣ ହୋଇଥିଲା । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.