Latest Odisha News

BREAKING NEWS

IAS ଟିନା ଡାବୀଙ୍କ ନୂଆ ଲାଇଫ ପାର୍ଟନର: ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସରଙ୍କୁ କରିବେ ବିବାହ

ନୂଆଦିଲ୍ଲୀ: ନୂଆ ଲାଇଫ ପାର୍ଟନର ପାଇଲେ ଆଇଏଏସ୍ ଅଫିସର ଟିନା ଡାବୀ । ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ନିଜ ଜୀବନ ସାଥୀଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଟିନା । ନିଜଠାରୁ ୧୩ ବର୍ଷ ବଡ଼ ଆଇଏଏସ୍ ଅଫିସର ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବେ । ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ପ୍ରଦୀପ ଗୱାଣ୍ଡେ ।

ଟିନା ୨୦୧୬ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର । ସେ ଆଇଏଏସ୍ ପରୀକ୍ଷାରେ ଟପ୍ପର ଥିଲେ । ନିଜ ଇନଷ୍ଟାଗ୍ରାମରେ ପ୍ରଦୀପଙ୍କ ସହ ଫଟୋ ସେୟାର କରିଛି ଟିନା । ନୂଆ ଜୀବନ ସାଥୀଙ୍କ ବାବଦରେ ସୂଚନା ଦେଇଛନ୍ତି । ଲେଖିଛନ୍ତି, ଆପଣ ଦେଇଥିବା ହସ ମୁଁ ହସୁଛି ।

 

View this post on Instagram

 

A post shared by Tina Dabi (@dabi_tina)


ଫଟୋରେ ଦୁହେଁ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ହାତରେ ହାତ ଛନ୍ଦି ବସିଛନ୍ତି ପ୍ରଦୀପ ଓ ଟିନା । ପ୍ରଦୀପ ଗୱାଣ୍ଡେ ବି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରଦୀପ ବି ଟିନାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ନିର୍ବନ୍ଧ କରିଛନ୍ତି ।

ପୂର୍ବରୁ ୨୦୧୮ରେ ପ୍ରଥମ ବିବାହ କରିଥିଲେ ଟିନା ଡାବୀ । ୨୦୧୬ ୟୁପିଏସସି ପରୀକ୍ଷାରେ ଦ୍ୱିତୀୟ ଟପ୍ପର ଥିବା ଅତହର ଖାନଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ଟିନା । ସେମାନଙ୍କର ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା । ୨୦୨୦ରେ ସହମତିରେ ଦୁହେଁ ଅଲଗା ହୋଇଥିଲେ ।

ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଟିନା ଡାବୀ । ସୋସିଆଲ୍ ମିଡିଆରେ ଭାରି ଆକ୍ଟିଭ୍ । ସେ ହେଉଛନ୍ତି ସୋସିଆଲ୍ ମିଡିଆରେ ଲୋକପ୍ରିୟ ବ୍ୟୁରୋକ୍ରାଟ୍ । ତାଙ୍କୁ ଇନଷ୍ଟାଗ୍ରାମରେ ପାଖାପାଖି ୧.୪ ମିଲିୟନରୁ ଅଧିକ ୟୁଜର୍ସ ଫଲୋ କରୁଛନ୍ତି ।

Leave A Reply

Your email address will not be published.