Latest Odisha News

BREAKING NEWS

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲରେ ଆର୍ଜେଂଟିନା ପେନାଲ୍ଟି ଶୁଟଆଉଟରେ କଲମ୍ବିଆକୁ ୩-୨ରେ ପରାସ୍ତ କରିଥିଲା । ଗୋଲକିପର ଏମିଲିୟାନୋ ମାର୍ଟିନେଜଙ୍କ ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ଥିଲା ।

ପୂର୍ବରୁ ପେରୁକୁ ହରାଇ ବ୍ରାଜିଲ ଫାଇନାଲରେ ପ୍ରବେଶ କରିଥିଲା । ପେରୁ ଏବଂ କଲମ୍ବିଆ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମୁକାବିଲା ହେବ । ୧୯୯୩ ପରଠାରୁ ଆର୍ଜେଂଟିନା କୋପା ଆମେରିକା ଟାଇଟଲ ହାସଲ କରିପାରି ନାହିଁ ।

Leave A Reply

Your email address will not be published.