Latest Odisha News

ଟ୍ୱିଟରରେ ଧାରା ୩୭୦: ଦୁଇ କ୍ରିକେଟରଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ !

ନୂଆଦିଲ୍ଲୀ: ପୂର୍ବରୁ ପଡ଼ିଆରେ ପାକିସ୍ତାନୀ କ୍ରିକେଟରଙ୍କୁ ନିର୍ଦ୍ଦୁମ୍ ଧୁଲାଇ କରୁଥିବା ତଥା ଏବେ ରାଜନେତା ପାଲଟିଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବେ ଟ୍ୱିଟରରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଛାଡ଼ି ନାହାନ୍ତି । ସୋମବାର ଦିନ ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରିଛନ୍ତି ଭାରତ ସରକାର ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ମାତ୍ର କାଶ୍ମୀର ସମାଧାନ ଲାଗି ମିଳିତ ଜାତିସଂଘ କାହିଁକି କୌଣସି ପଦକ୍ଷେପ ନେଉନାହିଁ ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର୍ ସହିଦ୍ ଆଫ୍ରିଦି । ତେବେ ଆଫ୍ରିଦିଙ୍କ ଏହି ପ୍ରଶ୍ନର ରୋକଠୋକ୍ ଜବାବ ଦେଇଥିବା ନେଇ ମଙ୍ଗଳବାର ଦିନ ‘କ୍ୱିଣ୍ଟ୍’ରେ ଏନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ସୋମବାର ଦିନ ରାଜ୍ୟସଭାରେ ‘ରାଜ୍ୟ ପୁନର୍ଗଠନ ବିଲ୍’ ଗୃହିତ ହେବା ପରେ ପରେ ସୋମବାର ଦିନ ଆଫ୍ରିଦି ଟ୍ୱିଟ୍ କରିଥିଲେ: “ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ କାଶ୍ମୀରବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା ଉଚିତ । ଯେଉଁ ସ୍ୱାଧୀନତାର ଅଧିକାର ଆମ ସମସ୍ତଙ୍କର ମଧ୍ୟ ରହିଛି” ।

ସେ ଆହୁରିମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି, “ମିଳିତ ଜାତିସଂଘ କାହିଁକି ରହିଛି? ସେ ତ କେବଳ ଶୋଇରହିଛି । କାଶ୍ମୀରରେ ଯେଉଁପରି ଭାବେ ବାରମ୍ବାର ମାନବାଧିକାର କ୍ଷୁର୍ଣ୍ଣ କରାଯାଉଛି ଏବଂ ଆକ୍ରମଣ ସହିତ ଅପରାଧ ପରେ ଅପରାଧ ଘଟିଚାଲିଛି, ସେଥିଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଏସମ୍ପର୍କରେ ଆମେରେକୀୟ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି ମଧ୍ୟସ୍ଥତା କରିବା ଉଚିତ୍ ।”

ତେବେ ସବୁଠାରୁ ବଡ଼କଥା ହେଲା କ୍ରିକେଟ୍ ପଡ଼ିଆରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଅନେକଥର ଆଫ୍ରିଦିଙ୍କ ବଲରେ ଛକାମାରିଥିବା ଗୌତମ ଗମ୍ଭୀର ଟ୍ୱିଟରରେ ମଧ୍ୟ ତାଙ୍କୁ ଉଚିତ୍ ଜବାବ ଦେଇ ଲହୁଲୁହାଣ କରିଦେଇଛନ୍ତି । ଗମ୍ଭୀର ତାଙ୍କ ଜବାବରେ ଲେଖିଛନ୍ତି ଯେ, ଆଫ୍ରିଦି ତମେ ପ୍ରକୃତ ଘଟଣା କଥା ଦେଖି ହିଁ କୁହ । ଅଯଥା ସେଠାରେ ଗଣ୍ଡଗୋଳ ହେଉଛି । ସେଠାରେ ମାନବିକତା ଉପରେ ଅତ୍ୟାଚାର ଘଟି ଚାଲିଛି ।

“ଆଫ୍ରିଦି ତମେ ଯେଉଁସବୁ କଥା ଲେଖିଛ ସେଥିରେ ଗୋଟିଏ କଥା ଉଲ୍ଲେଖ କରିବାକୁ ଭୁଲିଯାଇଛ ଯେ, ଏହିସମସ୍ତ ପ୍ରକାର ଘଟଣା କେବଳ ‘ପାକିସ୍ତାନ ଅଧିକୃତ କାଶ୍ମୀର’ ରେ ହିଁ ଘଟୁଛି ବୋଲି । ଆଫ୍ରିଦି ତୁମେ ବ୍ୟସ୍ତ ହୁଅ ନାହିଁ, ଏବେ କାଶ୍ମୀରରେ ସମ୍ପୂର୍ଣ୍ଣର୍ ଶାନ୍ତି ଫେରିଆସିବ ।”

ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା ସୋମବାର ଧାରା ୩୭୦ ଉଚ୍ଛେଦ କରିବା ନେଇ ଯେଉଁ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିଥିଲେ, ଏହାବ୍ୟତୀତ ଜମ୍ମୁ ଓ କାଶ୍ମୀରକୁ ଏବଂ ଲଦାଖ ପରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବା ନେଇ ଏକ ସ୍ୱତନ୍ତ୍ର ବିଲ୍ ମଧ୍ୟ ଆଗତ କରିଥିଲେ । ଏହା ରାଜ୍ୟସଭାରେ ପାରିତ ହୋଇଥିଲା ।

Leave A Reply

Your email address will not be published.