Latest Odisha News

BREAKING NEWS

କେଜ୍ରିୱାଲଙ୍କ ଡକ୍ୟୁମେଣ୍ଟାରିରେ ରାଜନୀତି, ଆପ କହିଲା- ସ୍କ୍ରିନିଙ୍ଗ ରୋକିଛି ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ମାହୋଲରେ ଆମ ଆଦମୀ ପାର୍ଟି(ଆପ୍) ଦ୍ବାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଙ୍ଗ ଉପରେ ରୋକ ଲାଗିଛି। ‘ଅନବ୍ରେକେବଲ’ ନାମକ ଏହି ଡକ୍ୟୁମେଣ୍ଟାରିକୁ ଚଲାଇବାକୁ ଅନୁମତି ଦେଇନାହିଁ ଦିଲ୍ଲୀ ପୋଲିସ।

ସୂଚନା ଅନୁଯାୟୀ, ଏହି ସ୍କ୍ରିନିଙ୍ଗ ଶନିବାର ଦିନ ୧୨.୦୦ ଟା ସମୟରେ ପ୍ୟାରେଲାଲ ଭବନରେ ହେବାର ଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଯୋଗ ଦେବାର ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଡକ୍ୟୁମେଣ୍ଟାରିରେ ଆପ ନେତାମାନେ ଜେଲ ଯିବାରୁ ଆରମ୍ଭ କରି ଫେରିବା ସମୟର କାହାଣୀ ରହିଛି।

ଅନ୍ୟପଟେ ବିଜେପି ଏହାକୁ ରୋକିଥିବା କହିଛି ଆପ। ଏପରିକି ଦିଲ୍ଲୀ ସିନେମା ହଲ ମାଲିକମାନଙ୍କୁ ବିଜେପି ପକ୍ଷରୁ ଧମକ ମଧ୍ୟ ଦିଆଯାଇଛି ବୋଲି ଦଳ କହିଛି। ବିଜେପି କହିବା ଅନୁଯାୟୀ, ପୋଲିସ ଏହାକୁ ଅନୁମତି ଦେଇନାହିଁ ବୋଳି ବିଜେପି ସୂତ୍ରରୁ ଜାଣିବାକୁ ମିଳିଛି। ଏହି ଡକ୍ୟୁମେଣ୍ଟାରିକୁ ଆମେ ସ୍କ୍ରିନିଙ୍ଗ କରିବୁ, ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏହାକୁ ରୋକି ପାରିବନି ବୋଲି ଆପ ପକ୍ଷରୁ କୁହାଯାଇଛି।

କେଜ୍ରିୱାଲଙ୍କ ଜେଲ ଯିବାକୁ ନେଇ ତିଆରି ହୋଇଛି ଡକ୍ୟୁମେଣ୍ଟାରି
ମାର୍ଚ୍ଚ ୨୦୨୪  ରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଆରେଷ୍ଟ କରିଥିଲା। ଗିରଫ ହେବାପରେ ତାଙ୍କୁ ତିହାର ଜେଲରେ ରଖାଯାଇଥିଲା। ଜୁନ ୨୦୨୪ ରେ କେଜ୍ରିୱାଲଙ୍କୁ ଜାମିନ ମିଳିଥିଲା।

କେଜ୍ରିୱାଲଙ୍କ ଜେଲ ଯିବା ଓ ବାହାରକୁ ଆସିବାକୁ ନେଇ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ହୋଇଛି। ନିର୍ବାଚନ ସମୟରେ ଏହାକୁ ଦେଖାଇ ଆପ ନିଜ ସମର୍ଥକଙ୍କୁ ହଟେଇବାକୁ ଚେଷ୍ଟା କରୁଛି।

ତେବେ ଏହି ମାମଲାରେ ବିଜେପି କିମ୍ବା ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Comments are closed.