Latest Odisha News

‘କୋମା’କୁ ଯାଇପାରନ୍ତି କେଜ୍ରିୱାଲ; ଆଶଙ୍କା ପ୍ରକାଶ କଲେ ଆପ୍ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘କୋମା’କୁ ଯାଇପାରନ୍ତି। ସୋମବାର ଦିନ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ।

ଏଥିସହ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତିହାର ଜେଲ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟକୁ ନେଇ ଆପ୍‌ ନେତା ସଞ୍ଜୟ ସିଂହ ତୀବ୍ର ସମାଲୋଚନା କରିଛନ୍ତି।

ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ଏବଂ ତାଙ୍କ ରକ୍ତରେ ଶର୍କରା ସ୍ତର ୫୦ ମିଗ୍ରା/ ଡିଏଲରୁ ହ୍ରାସ ପାଇଛି।ଏହାଦ୍ୱାରା ସେ କୋମାକୁ ଚାଲି ଯାଇ ପାରନ୍ତି କିମ୍ବା ତାଙ୍କର ମୃତ୍ୟୁ ହୋଇପାରେ ବୋଲି ସଞ୍ଜୟ ସିଂ ଆଶଙ୍କା କରିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜ୍ରିୱାଲଙ୍କ ଜୀବନ ସହ ନ ଖେଳିବାକୁ ଅନୁରୋଧ କରୁଛି। କାରଣ ଯଦି କିଛି ଅଘଟଣ ଘଟେ ତେବେ ଉତ୍ତର ଦେବା କେନ୍ଦ୍ର ପାଇଁ କଷ୍ଟକର ହେବ।
ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆପ୍‌ କରୁଥିବା ଦାବିକୁ ଏହା ପୂର୍ବରୁ ତିହାର ଜେଲ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ।

Comments are closed.