Latest Odisha News

BREAKING NEWS

ଆର୍ୟନ୍‌ଙ୍କୁ ଆଶ୍ବସ୍ତି; ଆଉ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବେନି ଆର୍ୟନ୍‌

ନୂଆଦିଲ୍ଲୀ: ଡ୍ରଗ୍ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ବସ୍ତି ମିଳିଛି। ଜାମିନରେ ମୁକୁଳିବା ପରେ କୋର୍ଟ ଆର୍ୟନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ। ସେ ଘରକୁ ଗଲା ପରେ ବି ପ୍ରତି ଶୁକ୍ରବାର ତାଙ୍କୁ ଏନ୍‌ସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଆଉ ଆର୍ୟନ୍‌ଙ୍କୁ ଏନ୍‌ସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବନାହିଁ। ବମ୍ବେ ହାଇକୋର୍ଟ ଆର୍ୟନ୍‌ଙ୍କ ଏହି ରିଲିଫ ପ୍ରଦାନ କରିଛନ୍ତି।

ଅଦାଲତ କହିଛନ୍ତି ଯେ, ଯେତେବେଳେ ଆର୍ଯ୍ୟନଙ୍କୁ ଏସଆଇଟି ଡକାଇବ ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ପଡ଼ିବ। ସୂଚନା ଥାଉ କି, ଏହି ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି ଆର୍ଯ୍ୟନ୍ ଖାନଙ୍କ ତରଫରୁ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଅକ୍ଟୋବର ୩ରେ ଆର୍ଯ୍ୟନ୍‌ଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା।

Comments are closed.