Latest Odisha News

ହାତ,ଗୋଡ଼ କାଟିଦେଲେ ବି ମହିଳାଙ୍କୁ ହୁଏନି କଷ୍ଟ : କେବେ ବି କାନ୍ଦନ୍ତି ନାହିଁ

ସ୍କଟଲ୍ୟାଣ୍ଡ: ଯଦି ଆପଣ ଆଘାତ ପାଆନ୍ତି କିମ୍ବା ଶରୀରରେ କୌଣସି ଅସୁବିଧା ହୁଏ, ତେବେ ଆପଣ ଯନ୍ତ୍ରଣା ଅନୁଭବ କରିବା ସହ କାନ୍ଧିଥାନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି,ଯିଏ ଆଦୌ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ଯଦି ତାଙ୍କ ହାତ କିମ୍ବା ଗୋଡ କାଟି ଦିଆଯାଏ ବା ଗରମ ପାଣି ଓ ତେଲରେ ହାତ ବୁଡ଼ାଇଲେ ବି ତାଙ୍କୁ କୌଣସି କଷ୍ଟ ହୁଏ ନାହିଁ । ସେ ବିନା ଆନାସ୍ଥେସିଆରେ ଅପରେସନ୍ ହୁଅନ୍ତି, ତେବେ ବି କୌଣସି ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ ।

ସ୍କଟଲ୍ୟାଣ୍ଡରେ ରୁହନ୍ତି ୭୪ ବର୍ଷିୟା ଜୋ କ୍ୟାମେରନ୍ । ସେ ଏକ ବିରଳ ଜେନେଟିକ୍ ରୋଗର ଶିକାର ହୋଇଛନ୍ତି । ତାହା ହେଉଛି ଜନ୍ମଗତ ରୋଗ ଆନାଲେଜିଆ । ଫଳରେ ସେ ଶରୀରରେ କୌଣସି କଷ୍ଟ ପାଆନ୍ତି ନାହିଁ । ତାଙ୍କ ହାଡ ଭାଙ୍ଗି ଯାଇଥିଲା, ଅପରେସନ୍ କରାଯାଇଥିଲା ତଥାପି ସେ କେବେବି ଯନ୍ତ୍ରଣା ଅନୁଭବ କରି ନ ଥିଲେ । ୨୦୧୩ ମସିହାରେ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଜେନେଟିକ୍ ପରିବର୍ତ୍ତନ ହେତୁ ସେ ଯନ୍ତ୍ରଣାମୁକ୍ତ ହୋଇଯାଇଛନ୍ତି । ଡାକ୍ତରମାନେ ଏହାକୁ ଫ୍ୟାଟି ଏସିଡ୍ ଆମାଇଡ୍ ହାଇଡ୍ରୋଲେଜ୍ ଜିନ୍ ରେ ପରିବର୍ତ୍ତନ ଭାବରେ ନାମିତ କରିଛନ୍ତି ।

ବାସ୍ତବରେ, ଯନ୍ତ୍ରଣା ହେବା ଆବଶ୍ୟକ । କାରଣ ଏହା ଆମ ଶରୀରରେ ସମସ୍ୟା କେଉଁଠାରେ ଅଛି ତାହା ଆମକୁ ଜଣାଇଥାଏ । ପ୍ରକୃତ ଅର୍ଥରେ, ଯନ୍ତ୍ରଣା ଏକ ଆଲାରାମ ଘଣ୍ଟି ପରି । ମସ୍ତିଷ୍କ ଆମକୁ ଏ ବିଷୟରେ ସଚେତନ କରାଏ ଏବଂ ଆମେ ନିଜକୁ ବିପଦରୁ କିମ୍ବା ଯନ୍ତ୍ରଣାରୁ ରକ୍ଷା କରିଥାଉ । କିନ୍ତୁ କ୍ୟାମେରନ୍‌ଙ୍କ କ୍ଷେତ୍ରରେ ଏହା ଆଦୌ ସମ୍ଭବ ନୁହେଁ ।

କ୍ୟାମେରନ୍ କହିଛନ୍ତି, ମୁଁ ଜାଣିଥିଲି ଯେ ମୁଁ ଜଣେ ଖୁସି ବ୍ୟକ୍ତି । କିନ୍ତୁ ମୁଁ ଜାଣି ନଥିଲି ଯେ ମୁଁ ଦୁନିଆରେ ସବୁଠାରୁ ଭିନ୍ନ ମଣିଷ । ୬୫ ବର୍ଷ ପର୍ଯ୍ୟନ୍ତ ମୋ ଦେହରେ କିଛି ଅଜବ ଘଟଣା ଘଟୁଛି ମୁଁ କେବେ ଅନୁଭବ କରିନାହିଁ । ଜିନ୍ ଏବଂ ଜେନେଟିକ୍ ମ୍ୟୁଟେସନ୍ ର ମିଶ୍ରଣ ଯୋଗୁ ମୁଁ ଯନ୍ତ୍ରଣା ଅନୁଭବ କରେ ନାହିଁ । ମୋତେ ଏହି ରୋଗ ଦୁନିଆରେ ସ୍ୱତନ୍ତ୍ର କରିଛି । ତାକୁ ନେଇ ସେ ଗର୍ବ ଅନୁଭବ କରନ୍ତି ।

 

Leave A Reply

Your email address will not be published.