Latest Odisha News

ଆଜି ଜାମିନ ପାଇଁ ଆବେଦନ କରିବେ ଆର୍ୟନ

ମୁମ୍ବାଇ: ଜାହାଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଏନ୍‌ସିବି ଗିରଫ କରିବା ପରେ  ଏକ ଆଶ୍ବସ୍ତିକର ଖବର ମିଳିଛି। ଏନସିବି ରବିବାର କହିଛି ଯେ କର୍ଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ୟନ ଅଧିକ ଦିନ ହାଜତରେ ନରହିପାରନ୍ତି।

ରବିବାର ଦିନ ମୁମ୍ବାଇର ଏକ କୋର୍ଟ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଯେତେବେଳେ ଆର୍ଯ୍ୟନ୍ ଖାନଙ୍କୁ ସୋମବାର ନ୍ୟାୟିକ ହେପାଜତକୁ ପଠାଯିବ, ସେତେବେଳେ ତାଙ୍କ ପକ୍ଷ ଓକିଲ ତାଙ୍କ ପାଇଁ ଜାମିନ ଆବେଦନ କରିବେ ବୋଲି ମଧ୍ୟ ଜଣାପଡ଼ିଛି।

ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆର୍ଯ୍ୟନ୍ ଖାନ୍‌ଙ୍କ ବ୍ୟତୀତ ତାଙ୍କର ୭ ଜଣ ଘନିଷ୍ଠ ବନ୍ଧୁଙ୍କୁ ଏନସିବି ଗିରଫ କରିଛି। ନିଷିଦ୍ଧ ପଦାର୍ଥର ବ୍ୟବହାର, ବିକ୍ରୟ ଏବଂ କ୍ରୟରେ ଜଡିତ ଥିବାରୁ ଆର୍ୟନଙ୍କୁ ରବିବାର ଗିରଫ କରାଯାଇଥିଲା। ଏନସିବି ଏକ ବିବୃତ୍ତିରେ କହିଛି ଯେ ଅଭିଯୁକ୍ତଙ୍କୁ ଆସନ୍ତା କାଲି (ସୋମବାର) କୋର୍ଟରେ ହାଜର କରାଯିବ।

Comments are closed.